STORYMIRROR

Ramesh takri

Classics

3  

Ramesh takri

Classics

ଜନନୀ ଗୋ ତୁମ ସନ୍ତାନ ମୁହିଁ

ଜନନୀ ଗୋ ତୁମ ସନ୍ତାନ ମୁହିଁ

1 min
187

ଜନନୀ ଗୋ ତୁମ     ସନ୍ତାନ ମୁହିଁ

     ପର କରିଦେଲ କାହିଁ

ତୁମ ବିନା ମୋର.   ଆଉ କେ ଅଛି ମା

     ଦୁଃଖ ମୋ ଶୁଣିବା ପାଇଁ ।୦।


ତୁମରି କରୁଣା     କର ନାହିଁ ଉଣା

     ସାହା ହୁଅ ଗୋ ଜନନୀ

ଦୁଃଖ ବିପଦରୁ     ଉଦ୍ଧାର କର ଗୋ

      ମାଆ ସଂକଟତାରିଣୀ


ଦୁର୍ଗତୀ ନାଶିନୀ     ଅଭୟ ଦାୟିନୀ

    ମୋତେ ଭୁଲି ଯାଅ ନାହିଁ ।୧।


ସାରା ଜଗତର    ଜନନୀ ବୋଲାଅ

     ତୁମେ ତ କରୁଣାମୟୀ

କି କାରଣେ ଏହି    ଦିନ ଅଧମରେ

     ଗଲ ପରକରି ଦେଇ


ଦୁଃଖ ଯାତନାର.    ସୀମା ଟପିଲାଣି

     ରାହା ସାହା ପାଉ ନାହିଁ ।୨।


ସଙ୍କଟରେ ସାହା     ନ ହୋଇଲେ ମାଆ 

     କାହା ପାଶେ ଯିବି ଧାଇଁ

କିଏ ଶୁଣିବ ମୋ      ଅନ୍ତର ବେଦନା

     ବୁଝି ଦୁଃଖ ଦେବ ଧୋଇ


ତୁମରି ଚରଣେ     ଢାଳେ ମୁଁ ପ୍ରଣତି

     ଆଶିଷ ଢାଳମୋ ପାଇଁ ।୩।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics