Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

3  

DILIP KUMAR SAHOO

Classics

ଗୃହବନ୍ଦୀ

ଗୃହବନ୍ଦୀ

1 min
216



ଆଶଙ୍କାରେ ଆତଙ୍କିତ ରୋଷ ଅସନ୍ତୋଷ

ଅଶରିରୀ ଅଇରି ସେ ଅତ୍ୟନ୍ତ ନୃଶଂସ ।

ମରଣକୁ ଡର ଆମ ଜୀଇବାର ଆଶା

ଗୃହବନ୍ଦୀ ଜୀବନର ନୂଆ ପରିଭାଷା ।

କଟକଣା ଆପଣାଙ୍କୁ କରିଦିଏ ପର

ଅବିଶ୍ୱାସ ଅବସାଦେ ଦୁନିଆ ଅସ୍ଥିର ।

ପଦାକୁ କାଢିଲେ ପାଦ ବିପଦର ଭୟ

ଗୃହବନ୍ଦୀ ମନପ୍ରାଣ କରୁଛି ଅଥୟ ।

ମନ ଖୋଲା ହସ ଏବେ ହେଲାଣି ସପନ

ସାଥି ଏବେ ଚାରି କାନ୍ଥ ତତଲା ପବନ ।

 କରୋନାର କୋପ ନିତି ବିଦାରେ ହୃଦୟ

କାହାକୁ ତା ଡର ନାହିଁ ଭାରି ସେ ନିର୍ଦ୍ଦୟ ।

ଚଉଦିଗେ କରୋନାର ଲୋଲୁପ ଚାହାଣୀ

ସମୟ ବଖାଣେ କେତେ କରୁଣ କାହାଣୀ ।

ଲୁହ ସବୁ ଶୁଖିଯାଏ ହୁଏନାହିଁ କାନ୍ଦି

ସରୁନି ସମୟ ଜମା ଝୁରେ ଗୃହବନ୍ଦୀ ।


Rate this content
Log in

Similar oriya poem from Classics