STORYMIRROR

Prasant Nath

Classics

3  

Prasant Nath

Classics

ଦିଅଁକୁ ଜ୍ବର

ଦିଅଁକୁ ଜ୍ବର

1 min
174

ସ୍ନାନ ପୂର୍ଣ୍ଣିମାରେ ଗାଧୋଇ ସାରିଣ

   ବିଜେ କର ଅଣସରେ

ସୁନା କୂଅ ଜଳେ ଗାଧୋଇ ହେ ପ୍ରଭୁ

   ଜ୍ବରେ ପଡ଼ି ଯାଅ ତୁମେ। 


ତୁମ ଦେହେ ପରା ଜ୍ବର ଭରି ଗଲେ

   ସଂସାରଟା ଜ୍ବରେ ଶୋଏ

ପଣ୍ଡା ପଢିଆରୀ ରାଜବୈଦ୍ୟ ସହ

  ତୋ ସେବାରେ ଲାଗି ଥାଏ। 


ଅଣସରେ ରୁହ ଚଉଦ ଦିନ ହେ

  ଭାଇ ଭଉଣୀଙ୍କ ସଙ୍ଗେ

ଖାଇ ଜଡ଼ି ବୁଟି ଫୁଲୁରା ମାଲିସ୍

  ସୁସ୍ଥ ହୁଅ ଧିରେ ଧିରେ। 


ଜ୍ବର ସରଦିରେ ଶ୍ରୀଅଙ୍ଗ ଥରୁଛି

   ଶ୍ୟାମ ସୁନ୍ଦର ଶ୍ରୀଅଙ୍ଗ

ସୁକୋମଳ ଦେହ ହେଉଛି ଅବସ

   ସର ଗୃହ ଜର ଜର। 


ହୋଇଣ ଦେବତା ଭୋଗ ନର ଦଶା

   ନୀଳାମୟ ପ୍ରଭୁ ତୁମେ

କରୁଅଛ ଖେଳା ଏ ଭବ ସଂସାରେ

   ଶ୍ରୀକ୍ଷେତ୍ର ଧାମରେ ତୁମେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics