Prabhas Kumar mohapatra

Classics Inspirational

3  

Prabhas Kumar mohapatra

Classics Inspirational

ସଂକ୍ରାନ୍ତି ପୁରୁଷ

ସଂକ୍ରାନ୍ତି ପୁରୁଷ

1 min
246



ସଂକ୍ରାନ୍ତି ରେ ତୁମେ ଜନମ ହୋଇଲ

ସଂକ୍ରାନ୍ତିରେ ହେଲ ଅମର l

ଓଡ଼ିଆ ମାଆ କୁ ସୁନ୍ଦର କରିଲ

ଲେଖନୀ ଚଳେଇ ତୁମର ll


ଜୀବନ ଆରମ୍ଭୁ ଅନ୍ଧାର ଭିତରେ

ଚାଲିଅଛ ବଜ୍ର ମୋହନ l

ଆଲୋକର ଦୀପ ଉତ୍କଳେ ଜାଳିଛ

ଆଲୋକିତ ଓଡ଼ିଆ ଜନ ll



କାଳଜୟୀ ଗଳ୍ପ ସଚେତନ ଧର୍ମୀ 

ଉପନ୍ୟାସ କେତେ ପ୍ରବନ୍ଧ l

ସଂସ୍କାରବାଦୀ ଯେ ଲେଖାତ ଲେଖିଲ

ମାରିବାକୁ ବିଶ୍ୱାସ ଅନ୍ଧ ll


ଦଳିତ ର ନାର୍ଯ୍ୟ ଦେବା ଲାଗି ବ୍ୟାସ

ଛମାଣ ଆଠ ଗୁଣ୍ଠ ରଚି l

ଜନ ଜାଗରଣ ପ୍ରଭାବେ ଶୋଷଣ

ଜମିଦାରୀ ଗଲାଟି ଲୁଚି ll


ଛୁଆଁ ଛୁତି ଭାବର ରୋଗକୁ

ନିଧନ ଲାଗି ସମାଜରୁ l

ନିଶା ନିବାରଣ ପାଇଁ ବ୍ୟାସ କଲ 

 ପେଟେଣ୍ଟ ମେଡ଼ିସିନ ସୁରୁ ll


ନାରୀ ଶିକ୍ଷା ସ୍ୱାସ୍ଥ୍ୟ ଶଶକ୍ତିକରଣ

ନିର୍ଯାତନା ଦୂରୀତ ନେଇ l

ରେବତୀ ଆଧାରେ ନାରୀକୁ ଜାଗିଲ

ପଥପ୍ରଦର୍ଶକ ସ୍ଵ ହୋଇ ll



ଓଡ଼ିଆ ଭାଷାର ସମୃଦ୍ଧି ପାଇଁକି

ପକାଇଲ ତ ଛପାଖାନା l

ଭୁଲିନାହିଁ ଜାତି ଭୁଲିବନି କେବେ

ସନ୍ତାନ ତୁମେ ଖାଣ୍ଟି ସୁନା ll


Rate this content
Log in

Similar oriya poem from Classics