STORYMIRROR

Gayatri Singh

Abstract Classics

3  

Gayatri Singh

Abstract Classics

ମହାସତୀ ସାବିତ୍ରୀ

ମହାସତୀ ସାବିତ୍ରୀ

1 min
242


ତୁମେ ମୋ ସଖା ତୁମେ ମୋ ବନ୍ଧୁ

ତୁମେ ମୋ ପରମ ପତି

ତୁମରି ନାଁ ରେ ସଞ୍ଜ ସକାଳେ

ଜାଳେ ମୁଁ ସଂଜବତୀ।

ମୋ ନିଃଶ୍ୱାସ ମୋ ବିଶ୍ୱାସ ରେ

ତୁମ ନାଁ କୁ ଦେଇଛି ଲେଖି

ରଖେ ହରି ତ ମାରେ କିଏ

ମାରେ ହରି ତ ରଖେ କିଏ

ଏତିକି ପାରିଛି ଶିଖି ।

ସିନ୍ଦୂର ଫରୁଆ ଭିତରେ ମୋର

ସୁହାଗ ସାଇତି ଦେଇଛି

ଏମିତି ଶକ୍ତି ସଂସାରେ ନାହିଁ

ମୋ ସିନ୍ଦୂର କୁ ଦେବ ପୋଛି ।

ତୁମେ ଶଙ୍ଖା ତୁମେ ସିନ୍ଦୁର

ତୁମ ବିନା ନାହିଁ ଅନ୍ୟ ଗତି

ତୁମକୁ ପାଇ ଜୀବନେ ମୁହିଁ

ହୋଇଛି ଭାଗ୍ୟବତୀ ।

ସେ ସତୀ ସେ ସାବିତ୍ରୀ

ସେ ପବିତ୍ର କରୁଣାମୟୀ

ତା'ରି ଗାଥା ତା'ରି କର୍ମ

ଏ ସଂସାର ହେଉଛି ଗାଇ ।

ଲକ୍ଷ୍ମୀ ନାରାୟଣ ସୁମରଣା କରି

ସାବିତ୍ରୀ ରଖିଲେ ବ୍ରତ

ମନୋସ୍କାମନା ପୂରଣ ହୋଇଲା

ଦେଖିଲା ସାରା ଜଗତ । 

ଦୀର୍ଘାୟୁ କଲେ ସ୍ୱାମୀ ଙ୍କୁ ତାଙ୍କର

ହେଲେ ସେ ପୁତ୍ରବତୀ

ରାଜ୍ୟ ଚକ୍ଷୁ ସୁଖ ପାଇଲେ ଶ୍ବଶୁର

ବିଧିର ନିର୍ଦ୍ଦେଶ ଏକା ସଂଗେ ହୋଇଗଲା ଯୋଖି ।

ଯୁଗ ଯୁଗ କୁ ଯଶ ରଖିଗଲେ

ମହାସତୀ ସାବିତ୍ରୀ

ପୂଜୁଛି ସଂସାର ରଖୁଛି ବ୍ରତ

ତାଙ୍କ ନାମ ସୁମରଣା କରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract