STORYMIRROR

Sunanda Mohanty

Abstract Classics

3  

Sunanda Mohanty

Abstract Classics

ରଜପର୍ବରେ ରେ

ରଜପର୍ବରେ ରେ

1 min
152


ଆସ ସଭିଏଁ ମିଶି ରଜ ହଂସ ରେ ବସି 

ଟୋପି ଟୋପି ଚନ୍ଦନରେ ମୁଁହ ସୁବାସି 

ଅଳତା କୁଙ୍କୁମ ସଙ୍ଗେ ମଧୁର ହସ ହସି 

ଭାବ ଭାଇଚାରା ସଂସ୍କୃତିର ଧରିବା ଅଶୀ 

ପାନଖିଲ ଖାଇ ଓଠ କରି ନାଲି ଟିକିଏ ହସି 

ଭାଇମାନେ ଆମପାଇଁ ଦୋଳି ବାନ୍ଧି ହେବେ ଖୁସି 

ତାସ ଲୁଡୁ, ବାଗୁଡ଼ି ଖେଳିବେ ହସି ହସି 

ଗାଁ କୋଠାଘରେ ସରବେ ମିଳିବେ ଆସି 

ଆଣିଥିବେ କେତେ କିଏ ପିଠା ଯିବେ ପରସି 

ରଜଦୋଳି ଗୀତ ଶୁଭୁଥିବ ମିତ କାନରେ ଆସି 

ପୁରୁଣା ପରମ୍ପରା ଓଁ କାରେ ଝଙ୍କୃତ ଝାସି 

ବୁଢା ବୁଢ଼ୀଙ୍କୁ ହେୟ ନକରି ତାଙ୍କକଥା 

ଶୁଣିବା ବସି, ଶିଖିବା ବେଶୀ ହେବେ ସେ ଖୁସି 

ବାପା ମାଆ ଯାହା ଦେବେ ଖୁସିରେ ଖାଇବା ବସି 

ପରିବାର ର ପ୍ରଥମ ଜୀବିକା ଥିଲା ପା କୃଷି 

ମଣିଷର ମାନଦଣ୍ଡ ଜୀବନର ମେରୁଦଣ୍ଡ ଶଶୀ 

ହୃତ ଗୌରବ ଜାଗ୍ରତ କରିବା ପରାଣେ ପ୍ରକାଶି 

ସ୍ନେହ ବରଷି ଶ୍ରଦ୍ଧା ପିପାସୀ ଭକ୍ତି ସରସୀକୁ ପରସି 

ମାଆ ବସୁମତୀ କୃଷି ଉପଯୋଗୀ ହେଉ ଏମିତି 

ସବୁ ଝିଅ ବୋହୂ ନାରୀ ରଖନ୍ତୁ ମାନମହତ ନିତି 

ଜଗତଜନଙ୍କ ଜଗନ୍ନାଥ ମାଆଲଷ୍ମୀ ଦିଅନ୍ତୁ ଶକ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract