ରଜ
ରଜ
ଆସିଛି ଏସନ ରଜ,
କରୋନା ପାଇଁକି ନାହିଁଟି ଖୁସି ନାହିଁ ଆଉ ସଜବାଜ |
ଦୋଳିଖେଳ ପାନଖିଆ,
କରୋନା ପାଇଁକି ସମ୍ଭବ ନୁହେଁ ଦୂରରେ ହେଉଛୁ ଠିଆ |
ରଜଦୋଳି ଗୀତ ମଜା,
ମାସ୍କ ପିନ୍ଧିଛୁ ମୁହଁରେ ଯେଣୁ ଶୁଭୁନାହିଁ ଆଉ ତାଜା |
ଗଲାସନ ଆସି ଫଣି,
ଭାଙ୍ଗିଥିଲା କେତେ ରଛ ପତର ଏସନ ୟାସ୍ ପୁଣି |
ବାତ୍ୟାକ୍ଷତି କଲା ଯାହା,
ଆସୁଅଛି ବର୍ଷା ଲଗାଇ ଚାରା ଭରଣା କରିବା ତାହା |
ପ୍ରକୃତିର ଭାରସାମ୍ୟ,
ରହୁନାହିଁ ବୋଲି ଫଣି, କି ୟାସ୍ ଦେଖାଏ ତାହାର କାମ |
କୃଷିଭିତ୍ତିକ ଏ ପର୍ବେ,
ଲଗାଇବା ଚାରା ହସିବ ଧରା ଖୁସିରେ ରହିବେ ସର୍ବେ |
ଋତୁମତୀ ଏବେ ଧରା,
ମଞ୍ଜି ଲଗାଇବା ଯତନକରି ସଅଳ ଉଠିବ ଚାରା |
ଆଉତେବେ କିଆଁ ଡେରି,
କଥାରେ କେବଳ କହିକି ନୁହେଁ ଦେଖାଇବା କାମେ କରି |
ଆସୁଛି ବରଷା ମାସ,
ପାଣିପାଇ ଗଛ ହୋଇଲେ ବଡ ପରିବେଶ ହେବ ସ୍ୱଚ୍ଛ |
ପ୍ରକୃତି ରହିଲେ ସୁସ୍ଥ,
ସୁସ୍ଥ ରହିବ ଏ ଜୀବଜଗତ ରୋଗଠାରୁ ହେବା ମୁକ୍ତ |
ଠାକୁରଙ୍କୁ ଏହିଅଳି,
ଦୂରହେଉ ଶିଘ୍ର କରୋନା ରୋଗ ପିଲାଏ ଖେଳିବେ ଦୋଳି |
