ଶିବ ବିବାହ
ଶିବ ବିବାହ
ଆଷାଢ଼ ମାସରେ ଶୁଭ ସକାଳ,
ତିଥି ଷଷ୍ଠୀ ଧରା ଶୀତଳ।
ସତ୍ୟ ସୁନ୍ଦର ଶକ୍ତି ମିଳିତ,
ପ୍ରକୃତି ସୃଷ୍ଟି ଆଜି ହେବେ ଏକତ୍ର।
ଶୈଳ ସୂତା ଙ୍କ ତପୋବଳ,
ପାଇବେ ପତି ତ୍ରିଶୂଳ ଧର ।
ମଙ୍ଗଳ ଲଗନେ ହେଲା ଗଣନା,
ନୀଳକଣ୍ଠ ଙ୍କ କାମନା।
ସତୀ ଙ୍କୁ ନିଜର ଅର୍ଦ୍ଧାଙ୍ଗିନୀ ଭାବେ,
ଶୀତଳ ଷଷ୍ଠୀ ରେ କୈଳାସ ପତି ପାଣି ଗ୍ରହଣିବେ।
ଶୁଭ ମଙ୍ଗନ ରେ ବିବାହ ହେବ,
ସତୀଙ୍କ ମନବାଞ୍ଛା ପୂରିବ ।
ସେହି ପବିତ୍ର ଦିବସ ଏହି ଶୀତଳଷଷ୍ଠୀ,
ଶିବ ବର ସାଥେ ନନ୍ଦୀ, ଭୃନ୍ଦୀ, ସର୍ବ ଦେବ,
ଶୈବ ଲୋକ ବରଯାତ୍ରୀ।
ପ୍ରଜାପତି ଙ୍କ ଗୃହ ରେ ପରିଣୟ ହେବ ,
ତ୍ରିଭୁବନ ପ୍ରକମ୍ପିତ ବାଣ, ରୋଷଣୀ ବରଯାତ୍ରୀଙ୍କ ଉଲ୍ଲାସ ଭାବ।
ଆଦିମାତା କନ୍ୟା ରୁ ନାରୀ ହେବେ,
ଭୋଳା ଶଙ୍କରଙ୍କ ହାତ ଧରି ସୃଷ୍ଟି ଉଦ୍ଧାରିବେ।
ପରମ୍ପରା ର ଅନନ୍ୟ ନୀତି,
ସତ୍ୟ ଶିବ ସୁନ୍ଦର ଙ୍କ ସହ ମିଶିବେ ଶକ୍ତି।
ପ୍ରେମ, ନିଷ୍ଠା,ତ୍ୟାଗ ର ପ୍ରତୀକ ଶିବ ପାର୍ବତୀ ବିବାହ,
ମଣିଷ ଜୀବନେ ପାଳନ ପରମ୍ପରା ର ଏ ମହାନ୍ ପ୍ରବାହ ।।
