STORYMIRROR

Pratap Chandra Mishra

Inspirational

4  

Pratap Chandra Mishra

Inspirational

ସର୍ବ ପୁରାଣ ମଧ୍ୟେ ସାର

ସର୍ବ ପୁରାଣ ମଧ୍ୟେ ସାର

1 min
359


ସନାତନ ଧର୍ମ ଶକ୍ତି ର ଆଧାର

 ଶ୍ରେଷ୍ଠତା ରହିଛି ଯୁଗେ ଯୁଗେ

ଧରମ ପଥେ ନିୟମ ର ସାଥେ

  ଆର୍ଯ୍ୟ ଭୂମି ଥାଏ ସର୍ବାର୍ଗେ ।


ଦେବ ଭୂମି ଇଏ ଦେବତା ଙ୍କ ଜନ୍ମ

  ମାନବୀୟ ଲୀଳା ଏଠି

ଜନ୍ମ ଜନ୍ମାନ୍ତର ସୂକିର୍ତ୍ତି ବାରତା

 ପ୍ରାଣୀ ଙ୍କ ହିତେ ବନ୍ଧା ସଙ୍ଗୋ ଷ୍ଠି।


ବିଷାଦ ଜୀବନ ଅବସାଦ ମନ

 ଭଲ ଭେଲ ନିଷ୍ପତ୍ତି ସନ୍ଧିରେ

ଦେବ କୀର୍ତ୍ତି ବାର୍ତ୍ତା ଅଭିଜ୍ଞ ର ରାସ୍ତା

 ଗୀତା ଭାଗବତ ଅଛି ସାଥିରେ।


ମୁଖ ନିଶ୍ରୁତ ବାଣୀ ଈଶ୍ୱର ପ୍ରଦତ୍ତ

  ରଣାଙ୍ଗନ ଭୂମି ପରେ

ନ୍ୟାୟ ପଥ ମୁକ୍ତ ଶ୍ରୀ କୃଷ୍ଣ କଥନ

ଗାଣ୍ଡିବ ଧାରୀଙ୍କ କର୍ତ୍ତବ୍ୟରେ। 


ସେହି ଅମୋଘ ବାଣୀ ସ୍ଵର୍ଣ୍ଣ ଅକ୍ଷରେ

 ଜାଜ୍ଵଲ୍ୟ ମାନ ଜୀବନେ 

ଗୀତା ବୋଲାଉଛି ମହତ୍ତ୍ଵ ରଖିଛି

ପ୍ରତି ପ୍ରାଣୀ ଙ୍କ ଘଡ଼ି ସନ୍ଧି କ୍ଷଣେ।


ଭଗବାନ କଥା ତାଙ୍କରି ଗାଥା

  ଲିପି ବଦ୍ଧ ଲୀଳା ଖେଳା

ଭାଗବତ ବାଣୀ ଜୀବନ ର ଲକ୍ଷ୍ୟ

  ଜ୍ଞାନ ଚକ୍ଷୁ କରଇ ଖୋଲା ।


ପୁରାଣ ବର୍ଣ୍ଣିତ ଶାସ୍ତ୍ର ସମ୍ବଳିତ

  ତଥ୍ୟ ଉପସ୍ଥାପନ ଯେତେ

ଅତିବଡି କୃତ ଭାଗବତ ଗ୍ରନ୍ଥ

ପୁରାଣ ମଧ୍ୟରେ ସାର ଅଟେ ସେତେ ।


ପଥ ପ୍ରଦର୍ଶକ ଗୀତା ଭାଗବତ

  ଘରେ ଘରେ ହିନ୍ଦୁ ବୀର

ଆର୍ଯ୍ୟ ସଂସ୍କୃତି ର ଶ୍ରେଷ୍ଠ ଉପହାର

ସ୍ଵୟଂ ଭଗବାନ ଙ୍କ ପ୍ରଦତ୍ତ ଗିର ।


ପ୍ରଭୁ ପାଦେ ଲୟ ଚିତ୍ତ କଲେ ଥୟ

ସ୍ୱାଧ୍ୟାୟ ନିତି କଲେ ଏହା

ଗୀତା ଭାଗବତ ମୋକ୍ଷ ପ୍ରଦାନରେ

ଉତ୍ତର ବାୟସେ ହେବ ନିଶ୍ଚେ ସାହା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational