STORYMIRROR

Pratap Chandra Mishra

Classics

3  

Pratap Chandra Mishra

Classics

ସାଧନା

ସାଧନା

1 min
118


ଜୀବନର ପଥ

ଅଟେ କଣ୍ଟକିତ

କରମ ମାର୍ଗକୁ ନେଇ,

ଭଲ କରମର 

ଫଳ ଭଲ ହୁଏ

ଭାଗ୍ୟ ଭବିଷ୍ୟତ ପାଇଁ।


ସୁଖ ଶାନ୍ତି ଯାହା

ମିଳଇ ତାହାକୁ

ଦୁର୍ଗମ ହେଲେ ବି ବାଟ,

ଅସାଧ୍ୟ ସାଧନ

କରିବାକୁ ପଣ

ଦୃଢ଼ ଯାହାର ଚିତ୍ତ।


ଜୀବନର ଲକ୍ଷ୍ୟ

ଏକାଗ୍ର ଚିତ୍ତରେ

ପଥ ବିଚ୍ୟୁତ ଯେ ନହୁଏ,

ବାଧା ବିଘ୍ନ ଯେତେ

ଏଡାଇ ତାହାକୁ

ଅଗ୍ରସର ହେଉଥାଏ ।


ତୃଷାତୁର ମନ

ଯେତେ ଡହଳ ବିକଳ

ଟୋପେ ଜଳ ପାଇଁ ଧାଏଁ,

ଲକ୍ଷ୍ୟ ପୁରଣ

ପୂର୍ବରୁ ତାହାକୁ

ମରୀଚିକା ଦିଶୁଥାଏ ।


ବିବ୍ରତ ମସ୍ତିଷ୍କ

ଅଥୟ ହେଲେବି

ହେଲେ ସିଦ୍ଧି ପାଇଁ ବ୍ରତୀ,

ବିପରୀତ ସ୍ଥିତି

ଅନବରତ ସାଧନା

ଲକ୍ଷ୍ୟ କରାଏ ପ୍ରାପ୍ତି।


ଦୃଢ଼ ସାଧନା

ଯୁକ୍ତାତ୍ମକ ଚିନ୍ତା

ଯେତେ ମଜବୁତ ହେବ,

ଅସାଧ୍ୟକୁ ସାଧ୍ୟ

ଅଚିରେ ଲଭିବ

ସଂସାରେ ଜୟ 

ଜୟକାର ମିଳିବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics