STORYMIRROR

Pratap Chandra Mishra

Classics

4  

Pratap Chandra Mishra

Classics

ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ

ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ

1 min
24


ବିଶ୍ଵ ବ୍ରହ୍ମାଣ୍ଡ ର ଦାରୁ ଦେବତା

ରୌଦ୍ର ତାପ ରେ ତାଙ୍କ ଅସ୍ମିତା,

ମାନବୀୟ ଲୀଳା ଖେଳାନ୍ତିି ମିଶି

ଭାଇ ଭଉଣୀ ସପରିବାର ଆସି ।


ଆଖିତୃତୀୟା ରୁ ଅୟମାରମ୍ଭ

ଚନ୍ଦନ ଚର୍ଚ୍ଚିତ ସୁଗନ୍ଧ ଭାବ

ଘଣ୍ଟ ଘଣ୍ଟା ଖୋଳ ସେବକ ମେଳେ

ବିମାନ ରେ ବିଜେ ତିନି ଠାକୁ ରେ।


ଉତପ୍ତ ଧରଣୀ ଋତୁ ଚକ୍ର କ୍ରିୟା

ଘର୍ମ ସ୍ୱେଦ ରେ ଅତିଷ୍ଠ କାୟା,

ସଂସାର ପ୍ରାଣୀ ଙ୍କୁ ସୂଚାଇ ଦ୍ୟନ୍ତି

ବିଷମ ବେଳା ରେ ପିଣ୍ଡ ସଂଚାର ନୀତି।


ସେବକଙ୍କ ହାତେ ବୋଳି ଚନ୍ଦନ

ନରେନ୍ଦ୍ର ଆସନ୍ତି ମଦନ ମୋହନ

ଭକ୍ତ ଙ୍କ ଭାବ ରେ ଭୁଲି ଉତପ୍ତ 

ନରେନ୍ଦ୍ର ତୀରେ ଠାକୁର ଆଶ୍ୱସ୍ଥ।


ଚନ୍ଦନ ଚର୍ଚ୍ଚିତ ନରେନ୍ଦ୍ର ତୀରେ

ଚାପ ଖେଳିବେ କାଳିଆ ଠା କୁରେ

ଭୁଲି ବେଦନା ଋତୁ ର ଠାଣି

ସଙ୍କଟ ଦେହରୁ ଉତାରି ପୁଣି।


କେଉଁ ଯୁଗରୁ ସସ୍କୃତି ବାର୍ତା ଦିଏ

ଜୀବନ୍ତ ଠାକୁର ଆମରି ସିଏ

ପରମ୍ପରା ଖାଲି ନୁହେଁ ଏ ଚାପ ଖେଳ 

ଜୀଁବା ଶୈଳୀ ପ୍ରତ୍ୟକ୍ଷ ବୁଝାନ୍ତି ଠାକୁର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics