STORYMIRROR

Pratap Chandra Mishra

Classics

4  

Pratap Chandra Mishra

Classics

ପ୍ରଥମାଷ୍ଟମୀ

ପ୍ରଥମାଷ୍ଟମୀ

1 min
316


ଓଡ଼ିଶା ଅଞ୍ଚଳେ ପାଳନ୍ତି ଶ୍ରଦ୍ଧାରେ

ମାର୍ଗଶିର କୃଷ୍ଣ ଅଷ୍ଟମୀ

ଅତୀତ ଦିନର ମାସ ମାର୍ଗଶିର

ବର୍ଷ ଆଦ୍ୟ ବୋଲି ଗଣି I


ଆଦ୍ୟ ଅଷ୍ଟମୀ କୁ ପ୍ରଥମା ଅଷ୍ଟମୀ

ଆଦ୍ୟ ପରବ ପାଳନ

ପଢ଼ୁଆଁ ଅଷ୍ଟମୀ ସୌଭାଗିନିଷ୍ଟମୀ

ପାପ ନାସିନି ଅଷ୍ଟମୀ ନାମେ ପୂଜନ I


ଘର ର ସୌଭାଗ୍ୟ ଘର ର ସମ୍ମାନ

ବଂଶ ର ଜାତ ପ୍ରଥମ ସନ୍ତାନ

ଦୁବ ଖୋସି କାନେ ବର କୋଳି ପତ୍ରେ

ବନ୍ଦାନ୍ତି ମଥାରେ ଦେଇ ଟିପା ଚନ୍ଦନ I


ପ୍ରଥମ ସନ୍ତାନ ପୁଅ ଅବା ଝିଅ

ଘର ର ଯିଏ ଜ୍ୟେଷ୍ଠ 

ଘର ର ସମ୍ମାନ ପିତା ଙ୍କ ସମାନ

ପୂଜି ସମ୍ମାନେ ହୁଅନ୍ତି ସନ୍ତୁଷ୍ଟ I


ବନ୍ଦାଣ ଆଗରୁ ମାମୁଁ ଘର ବସ୍ତ୍ର

ପିନ୍ଧି ବସେ ଜ୍ୟେଷ୍ଠ ପିଢ଼ା ପରେ 

ସ୍ନାନ ଶୁଦ୍ଧ ପାଇ ଅମୃତ ବେଳରେ 

ଷଠି ପୂଜା ହୁଏ ମହା ଆଡ଼ମ୍ବରରେ I


ହଳଦୀ ପତର ଏଣ୍ଡୁରି ପିଠା ର

ଏଠି ବିଶେଷତ୍ଵ ନିଆରା

ପଞ୍ଚ ପଲ୍ଲବ ଓ ପଞ୍ଚ ଶସ୍ୟ ଦେଇ

କଳସ ବରୁଣ ପୂଜା ହୁଏ ପୁରା I


ପ୍ରଭୁ ଲିଙ୍ଗରାଜ ପଢୁଆଁଷ୍ଟମୀ ରେ

କପାଳି ମଠକୁ ଯାଆନ୍ତି 

ମାଇଁ ବନଦେବୀ ମାମୁଁ କପାଳେ ଶ୍ୱର

ପଢ଼ୁଆଁ ହେବାକୁ ସ୍ୱାଗତନ୍ତି I


କପାଳି ମଠର ପୁଷ୍କରିଣୀ ଜଳ

ପୁଣ୍ୟ ପବିତ୍ର ଅଟେ

ଏ ଅଷ୍ଟମୀ ରେ ନୀର ତା ପିଇ ଲେ

ପାପ ନାଶ, ବନ୍ଧ୍ୟା ଦୋଷ କଟେ I


ସୌଭାଗିନୀ ଦେବୀ ପୂଜିତ ଏ ଦିନ

ଶସ୍ୟ ରୂପକ ସନ୍ତାନ ପାଇଲା ଚାଷୀ

ପୂର୍ବେ ସମ୍ଭବତଃ ସୌଭାଗ୍ୟ ଉଦୟ

ଭାବି ପୂଜି ଚାଷୀ ଖୁସି I


ତାନ୍ତ୍ରିକ ପାଇଁ କି ଅଷ୍ଟମୀ ତିଥି ଟା

ତନ୍ତ୍ର ସାଧନା ରେ ସିଦ୍ଧ

କାଳରାତ୍ରି ରୂପେ ଆଦ୍ୟାଶକ୍ତି ମାଆ

ଅଷ୍ଟମୀ ରେ ହୋଇଥିଲେ ଅବତୀର୍ଣ୍ଣ I


ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି

ମାର୍ଗଶିର କୃଷ୍ଣ ଅଷ୍ଟମୀ 

କାଳ ଭୈରବ ଙ୍କ ବ୍ରତ କଲେ ପ୍ରାଣୀ

ପାପ କ୍ଷୟ କରି ଧର୍ମ ରେ ହୁଏ ଧନୀ I


ପୂଜା ବିଧି ଅନ୍ତେ ଜ୍ୟେଷ୍ଠ ସନ୍ତାନ  ଯେ

ଷଠି ଙ୍କୁ ମୁଣ୍ଡିଆ ମାରି

ଗୁରୁଜନ ପାଦେ ମସ୍ତକ ନୁଆଇଁ

ଆଶିଷ ଲଭେ ଆଦରି I


ଆମ ପରମ୍ପରା ପଢ଼ୁଁଆଁ ଅଷ୍ଟମୀ

ପରିବାର ଶୃଙ୍ଖଳା ଆଦର୍ଶ

ପରିହାସ ଛଳେ ମାମୁଁ ଙ୍କୁ ଏ ଲୋକେ

ଅଷ୍ଟମୀ ବନ୍ଧୁ ବୋଲି ଡାକି ହର୍ଷ ।


ନୀତି ଆଦର୍ଶ ର ବାହୁ ବନ୍ଧନ ରେ

ଜ୍ୟେଷ୍ଠ ପରିବାର ଦକ୍ଷ ପାଇଁ

ଆମ ପରମ୍ପରା ଆମ ଏ ସଂସ୍କୃତି

ଧନ୍ୟ ଆମ ଏ ଓଡ଼ିଶା ଭୂଇଁ I।


Rate this content
Log in

Similar oriya poem from Classics