STORYMIRROR

Bharatabandhu Biswal

Classics Inspirational Others

3  

Bharatabandhu Biswal

Classics Inspirational Others

ସୃଷ୍ଟିର ଆରମ୍ଭ

ସୃଷ୍ଟିର ଆରମ୍ଭ

1 min
253



ହିନ୍ଦୁ ନବବର୍ଷ ପ୍ରଥମ ବୈଶାଖୀ

   ପବିତ୍ର ପଣା ସଂକ୍ରାନ୍ତି

ବିକ୍ରମ ସମ୍ବତ ଯୁଗାବ୍ଦ ଆରମ୍ଭ

   ଶୁକ୍ଳ ପ୍ରତିପଦା ତିଥି ।

ଧରମ ଯୁଧୀଷ୍ଠୀ ରାଜ୍ୟ ଅଭିଷେକ

   ହନୁମାନଙ୍କ ଜୟନ୍ତୀ

ଅୟରାମ୍ଭ ହୁଏ ନବଦିନ ପୂଜା

  ବାସନ୍ତୀ ଦୁର୍ଗାଙ୍କ ସ୍ତୁତି ।

ନାଚନ୍ତି ପାଟୁଆ ଛଉ ଦଣ୍ଡ ଯାତ୍ରା

  ପ୍ରସିଦ୍ଧ ଝାମୁ ପରବ

ମାତାଙ୍କ ନାମକୁ ଭଜି ରାତ୍ରିଦିନ

  ଦେଖାନ୍ତି ନାନା କର୍ତ୍ତବ୍ୟ ।

ବାଜେ ଘଣ୍ଟଘଣ୍ଟା ଜଳେ ରଡ଼ ନିଆଁ

  ଚାଲନ୍ତି ପାଦେ ଭକତ

ରହନ୍ତି ନିଷ୍ଠାରେ ଗାଁ ମୁଣ୍ଡ ତୋଟାରେ

  ପ୍ରସାଦ କରି ସେବନ ।

ତୁଳସୀ ଚଉଁରା ଉପରେ ବାନ୍ଧନ୍ତି

  ଜଳଘଡି ଛାମୁଣ୍ଡିଆ

ବିନ

୍ଦୁ ବିନ୍ଦୁ ହୋଇ ହୁଏ ଜଳପାତ

  ଶୀତଳା ହୁଅନ୍ତି ମାଆ ।

ତୃଷାର୍ତ୍ତ ହୁଅନ୍ତି ବୁଲା ପଶୁପକ୍ଷୀ

  ଧର୍ମ ପୁଣ୍ୟ ଜଳଦାନ

ବୃକ୍ଷ ଛାୟା ତଳେ ଜଳପୂର୍ଣ୍ଣ ଭାଣ୍ଡ

  କରନ୍ତି ଜନେ ସ୍ଥାପନ ।

ଶିବଲିଙ୍ଗ ପରେ ହୁଏ ଜଳାର୍ପଣ

   ଜଳଛାୟା ପଣା ଲାଗି

ଦିଅଁଙ୍କ ଦର୍ଶନ ପୂଜାପାଠ ଶୁଭ

  ଲାଗେ ଭକ୍ତଙ୍କର ଧାଡ଼ି ।

ଗହଳ ଚହଳ ପୁରୀ ବଡ଼ଦାଣ୍ଡ

  ସ୍ୱର୍ଗଦ୍ୱାର ବେଳାଭୂମି

ଜଗତର ନାଥ କାଳିଆ ସାଆନ୍ତ

   କାଳକୁ ପାରନ୍ତି ଖଣ୍ଡି ।

ପ୍ରଭୁ ଶୁଭ ନାମେ ହେଉ ସର୍ବ ଶୁଭ

   ନାଶ ଯାଉ ରୋଗ ଦୁଃଖ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

   ରକ୍ଷା କର ଜଗନ୍ନାଥ ।


  ‌‌ 


Rate this content
Log in

Similar oriya poem from Classics