STORYMIRROR

Satyabati Swain

Classics

3  

Satyabati Swain

Classics

ଭିଟାମାଟି

ଭିଟାମାଟି

1 min
214


ଭିଟାମାଟି ମିଠା ମାଟି 

        ଗାଁ ମାଟି ମୋର

ଭଲ ଲାଗେ ତା ବିଲ ଦଣ୍ଡା

       ପୋଖରୀ କେନାଲ।


ଷଠିଘର ଯହିଁ ଠାରେ

       ଅଛଇଁ ମୋହର

ବାସ୍ନା ଯହିଁ ବାସେ ମୋର

       ପୂର୍ବଶୁରୀଙ୍କର।


ଗାଆଁ ମାଟି ମାଆଟି ଗୋ

        ମୋ ଏନ୍ତୁଡ଼ି ଶାଳ 

ସହର ମାୟାରେ ପଶି

        କରି ଦେଲି ପର।


ତା ପର୍ବ ପର୍ବାଣୀ ପୂଜା

         ସାଙ୍ଗ ସାଥି ଖେଳ

ଧୂଳି ଜମି ଗଲାଣି ସେ 

        ଅଣଲେଉଟାବେଳ।


ପଡୋଶୀ ସୁଖ ଗାଁ ଭାଇ

       ଚାରାର ଏକତା

ସହରୀ ସଭ୍ୟତା ପଶି

        ହୁଅଇ ହିନସ୍ତା।


ସର୍ବେ ତ ବାଇଆ ହେଲେ

        ସହରୀ ମୋହରେ

ଗାଁ ମା ଭୁଲି ଯାଆନ୍ତି 

         କେମିତି ସତରେ!


ଯୁଆଡେ ଥିଲେ ଯା ହେଲେ

       ଭିଟାମାଟି ଡୋର

କେହି କାଟି ପାରିବେନି

        ମମତା ଏହାର।


କୋରନା କାଳରେ ଏଇ

        ହେଜଟି ହୋଇଛି

ସହର ଛାଡି ପିଲା ଗାଁ ମା

       କୋଳକୁ ଧାଇଁଛି।


ଭିଟାମାଟି ମିଠା ମାଟି

     ବାସନା ନିଆରା

ଭୁଲି ନାହିଁ ଭୁଲିବାନି

      ଗାଁ, ମା କୁ ପରା।


ଜନମ ଭୂମି ଲୋ ମାଟି

           ତୋର ତ ଚନ୍ଦନ

ମୁଣ୍ଡେ ବୋଳି ନିଜକୁ ମୁଁ

        ମଣେ ଭାଗ୍ୟବାନ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics