STORYMIRROR

Pratima Satpathy

Classics

3  

Pratima Satpathy

Classics

କେଳି କୁଞ୍ଜ କୋଳେ କଳା କହ୍ନେଇ.

କେଳି କୁଞ୍ଜ କୋଳେ କଳା କହ୍ନେଇ.

1 min
159


କେଳିକୁଞ୍ଜ କୋଳେ କଳା କହ୍ନେଇ ଲୋ

    ବଜାଏ ବସି ବଇଁଶୀ

ବୃଷଭାନୁ ଜେମା ମନେ ଉନ୍ମାଦନା

   ପଣତ ପଡୁଛି ଖସି।


କେଳି କୁଞ୍ଜରେ ଯେ. କେଳି ମନ୍ଦିରରେ

   ରଚିବେ ବସନ୍ତ ରାସ

କୃଷ୍ଣ ଅଙ୍ଗ, ସଙ୍ଗ ପାଇ ହେବ ଧନ୍ୟ 

    ଝରିବ ସୁଧା ପିୟୁଷ ।


ମଲ୍ଲୀ ମାଳତୀର ଗଜରା ସଜାଇ

    ରଖିଛି କୃଷ୍ଣଙ୍କ ପାଇଁ

ଚୁଆ, ଚନ୍ଦନକୁ ,ଘୋରି ରଖିଅଛି 

    ଶ୍ରୀ ଅଙ୍ଗେ ଲେପନ ପାଇଁ ।


ଭାବ ବିନୋଦିଆ ରସିକ ଶେଖର

    ମନ ମୋହନିଆ କାହ୍ନୁ

ପ୍ରାଣଧନସିଏ ଅଟନ୍ତି ରାଧାଙ୍କ

   କିପରି ଭୁଲିବ ମନୁ ।


କି ମନ୍ତ୍ର ଜାଣଇ ସେ କଳା କହ୍ନେଇ

    ମନ ହରଣ କରଇ

ତା ବଇଁଶୀ ସ୍ଵରେ କି ଯାଦୁ ରହିଛି

   ଗୋପିକା ହୁଅନ୍ତି ବାଇ ।


ଷୋଳସସ୍ର ଗୋପୀ ପାଗଳ ହୁଅନ୍ତି

   କୃଷ୍ଣଙ୍କ ପ୍ରେମ ରସରେ

ସ୍ୱାମୀ, ସନ୍ତାନ ଓ ଘର ଦ୍ୱାର ତେଜି

   ଅପେକ୍ଷା କେଳି କୁଞ୍ଜରେ ।


ଧନ୍ୟ ଧନ୍ୟ ତୁମେ ଗୋପପୁର ନାରୀ

   କେତେ ତପସ୍ୟା ଯେ କରି

କେଳି କୁଞ୍ଜ କୋଳେ ରାସ ବିରଚିଲ

   ସ୍ୱାମୀ ହୋଇଲେ ଶ୍ରୀହରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics