ବିଶ୍ଵକର୍ତ୍ତା ତୁମେ ବିଶ୍ଵବିହାରୀ
ବିଶ୍ଵକର୍ତ୍ତା ତୁମେ ବିଶ୍ଵବିହାରୀ
ଏ ବିଶ୍ଵ ତୁମର ହେ ବିଶ୍ଵକରତା
ସାରା ସୃଷ୍ଟି ତୁମ ଦାନ
ପାହାଡ଼ ଝରଣା ସବୁଜ ବନାନୀ
ସବୁଠି ଯେ ହାତ କାମ ।
ଶିଶୁର ହସରେ ମାଆର ପ୍ରେମରେ
ବାପାଙ୍କ କର୍ମଧାରା ରେ
ମାଟିର ମହକେ ଫୁଲ ସୁବାସରେ
ପାଏ ଫଳ ମିଷ୍ଟତାରେ ।
ତୁମ ସଂସ୍କୃତିର ମହାନ ସ୍ରୋତରେ
ବିଶ୍ଵ ସର୍ବଦା ପ୍ଳାବିତ
ପାରିଲା ପଣିଆ ହାରି ଯାଏ ଯେବେ
ତୁମକୁ ଡାକେ ସତତ ।
ହର୍ତ୍ତା କର୍ତ୍ତା ତୁମେ ତୁମେ ବିଶ୍ଵକର୍ତ୍ତା
ଆହେ ଜଗତର ନାଥ
ସବୁ ନିୟନ୍ତ୍ରଣ ତୁମରି ହାତରେ
କିମ୍ପା ମଉନେ ବସିଛ ।
ହେ ପରମ ପିତା ହେ ବିଶ୍ଵ ନିୟନ୍ତା
ବିଶ୍ଵ ଭାସେ ପାପ ଜଳେ
ହେ ବିଶ୍ଵ ନିୟନ୍ତା ନିୟନ୍ତ୍ରଣେ ରଖ
ବିଶ୍ଵ ବଞ୍ଚୁ ଆନନ୍ଦରେ ।
ହେ ବିଶ୍ଵନିୟନ୍ତା ନିୟନ୍ତ୍ରଣ ରେଖା
ମାନବ ପାଇଁ କି ଟାଣ
ମାନବିକତାର ଅପୂର୍ବ ପରଶେ
ବିଶ୍ଵକୁ ଯେ ଛୁଇଁ ଦିଅ ।
ତୁମେ ଅଟ କର୍ତ୍ତା ତୁମେ ବି କାରଣ
ସମସ୍ୟାରେ ସମାଧାନ
ତୁମେ ପୁଣି ଧର୍ମ ତୁମେ ବି ଧାରଣ
କର ଦୁଃଖ ନିବାରଣ ।
ହେ ବିଶ୍ୱ ନିୟନ୍ତା ଓହ୍ଲାଇ ଆସ ହେ
ଏ ଧରାଧାମକୁ ଥରେ
ତୁମ ସୃଷ୍ଟି ପୁଣି ସୁନ୍ଦର ହେଉ
ତୁମରି ନିୟନ୍ତ୍ରଣରେ ।