STORYMIRROR

Santosh Kumar Nayak

Abstract Classics Others

3  

Santosh Kumar Nayak

Abstract Classics Others

ଯୁଗେ ଯୁଗେ ଭଗବାନ

ଯୁଗେ ଯୁଗେ ଭଗବାନ

1 min
197


ସତ୍ୟଯୁଗେ ନାରାୟଣ ପ୍ରଭୁ ଭଗବାନ

କୁର୍ମବେଶେ କରିଥିଲ ସମୁଦ୍ର ମନ୍ଥନ

ବରାହ ରୂପରେ ରଖି ଭୂଦେବୀ ଜୀବନ

ଚକ୍ରପେଷି କରିଥିଲ ଗଜ ଉଦ୍ଧାରଣ

ପାତାଳେ ଚାପିଲ ବଳି ହୋଇଣ ବାମନ

ନରସିଂହ ବେଶଧରି ବଧିଲ ହିରଣ୍ଯ ।

ତ୍ରେତୟାରେ ରାମଚନ୍ଦ୍ର ପୁରୁଷ ମହାନ

ସତ୍ଯପାଳି କରିଥିଲ ବନକୁ ଗମନ

ଶବରୀଠୁ ଖାଇଥିଲ ଅଇଁଠା ଭୋଜନ

ପଦସ୍ପର୍ଶେ କରିଥିଲ ଅହଲ୍ଯା ତାରଣ

ଜାନକୀ ଉଦ୍ଧାରିଥିଲ ମାରିଣ ରାବଣ

ତୁମ୍ଭ ଦୟାବଳେ ରାଜା ହେଲା ବିଭୀଷଣ ।

ଦ୍ବାପରରେ ଗୋପୀପ୍ରାଣ ଦେବକୀ ନନ୍ଦନ

ସରୋବରେ କରିଥିଲ କାଳୀୟ ଦଳନ

ଅଙ୍ଗୁଷ୍ଠିରେ ଉଠାଇଲ ଗିରି ଗୋବର୍ଦ୍ଧନ

କୁବଜାକୁ ଦାନ କଲ ରୂପ ଯଉବନ

ପାଞ୍ଚାଳୀକୁ ଦେଇଥିଲ କୋଟିଏ ବସନ

କୁରୁକ୍ଷେତ୍ରେ ଅର୍ଜ୍ଜୁନକୁ ଦେଲ ଗୀତା ଜ୍ଞାନ।

କଳିଯୁଗେ ଜଗନ୍ନାଥ ଶ୍ରୀକଳା ବଦନ

ଦାସିଆଠୁ କରିଥିଲ ନଡିଆ ଗ୍ରହଣ

ଗଉଡୁଣୀ ମାଣିକଠୁ କଲ ଦଧିପାନ

ପତିତଙ୍କୁ ଉଦ୍ଧାରିଲ ପତିତପାବନ

ଯୁଗେ ଯୁଗେ ସଭିଙ୍କୁ ତ କରିଅଛ ଦାନ

ମୋ ବେଳକୁ କାହିଁ ପ୍ରଭୁ ରହୁଛ ମଉନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract