STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ତୁମ ପାଇଁ

ତୁମ ପାଇଁ

1 min
239

ହେ ବୀର ସୈନିକ ଶହୀଦ ହୋଇଲ 

ଦେଶ ମାତୃକାର ପାଇଁ 

ପରିବାର ସହ ସଭିଏଁ ବିଳାପ କରନ୍ତି 

ତମେ ଜାତୀୟ ପତାକା ତଳେ ରହି 

ଶତ୍ରୁ ସହ ଲଢ଼ି ଅମର ହୋଇଲ 

ହେ ବୀର ଯବାନ ଭାଇ 

କାନ୍ଦେ ଆଜି ମାତା କାନ୍ଦନ୍ତି ପିତା 

ଆଉଥରେ ଦେଖି ତ ପାରିବେ ନାହିଁ 

ତୁଚ୍ଛା ମଣିଲ ନିଜ ସ୍ୱାର୍ଥକୁ ବଳି ପଡିଲ 

ଦେଶର ସୁରକ୍ଷା ପାଇଁ 

ଗୋପବନ୍ଧୁ ଯାହା କହିଯାଇ ଥିଲେ 

ହେ ବୀର ଶହୀଦ ତୁମେ ଦେଖାଇଲ ତହିଁ 

ଦେଶର ସ୍ୱରାଜ ପଥେ ଯେତେ ଗାଡ଼ 

ପୁରିଗଲା ସତେ ପାଇ ତୁମ ମାଂସ ହାଡ଼ 

ହେଲେ ମାତା କାନ୍ଦେ କଇଁ କଇଁ 

ଦଶ ମାସ ଗର୍ଭେ ବେଦନା ପାଇଛି ଅଳିଅର୍ଦ୍ଧଳି ସହିଛି 

ଭୁଲି କି ପାରିବ ସେହି ନିରତେ କାନ୍ଦିବ ସେହି 

ଶତ୍ରୁ କୁ ନଡରି ଛାତି ଦେଖାଇଲ ବୀର 

ସଲାମ କରୁଛି ମୁହିଁ 

ଇତିହାସେ ସିନା ନାମ ଲେଖିଦେଲ 

ସଭିଙ୍କ ଆଖିରେ ଅଶ୍ରୁ ଦେଇ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract