STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Classics

3  

ନାୟକ ଅକ୍ଷୟ ରାଜହସ୍ତୀ

Classics

ହୁଳହୁଳି

ହୁଳହୁଳି

1 min
277

ଶୁଭ ମହୁରତର

ରଙ୍ଗେଲି ଓଠରେ ଏକଦମ୍ ସରୁ ଓଢଣାଟେ ଟାଣି

କଲ୍ଲୋଲି ତ ହୁଏ

ପାଟି ପୃଥିବୀରେ_ ସେଇ କୋମଳାଙ୍ଗୀ ଜିହ୍ୱା କୁଆଁରୀ l

 ଶୁଦ୍ଧ ପୂତ ଚେତନାର

ମଧୁ ବର୍ଣ୍ଣବୋଧରେ ପ୍ରକାଶିତ ହୁଏ

ହୋମ ନିଆଁ, ସାତ କଳସ, ଆଠ ଦୀପ,

 ଧୋବ ଫରଫର ଅରୁଆ ଚାଉଳ,

ସାତ ପତରିଆ ଆମ୍ବ ଡାଳ।

ପୁଣି କେବେ କେବେ ମାନେ ବୟସ ଅପରାହ୍ନରେ ଶୁଣାଏ ରାମ ନାମ ସତ୍ୟ ହୈ

ହରି ନାମ ସତ୍ୟ ହୈ ।

ଦୁଇ କୁଳ ହିତା ପରି

ଥରେ ଥରେ ଡେବିରି

 ଥରେ ଥରେ ଭୂଜଣି,

ଏପାଖେ ପିତୃ କୂଳ

ସେପାଖେ ପତି କୂଳ

ସଭିଙ୍କୁ ଶୁଣାଏ

ଛନ୍ଦୟିତ ଶବ୍ଦାୟିତ ଶୁଦ୍ଧ ଲହରୀ ।

ଚେଇଁ ଉଠେ ବିଶ୍ଵ

ନଇଁ ପଡେ ଶ୍ୱାସ

ଯାକୁ ଦେଖି ପୁଲକିତ ହୁଏ ବିଶ୍ୱାସର ମହାଦ୍ରୁମ ।

ସୂଚିତ କରିଥାଏ

ତେୟାଆଶି ନର୍କର ଉଦ୍ଧାରକାରିଣୀ ରୂପେ , ଆଉ ପୁତ୍ ନାମ୍ନୀ ନର୍କକୁ ପୁତ୍ର ହାତରେ ସମର୍ପି ଦେଇ ।

ଗୋଟେ ହୁଳହୁଳୀରେ ଝିଅ ବନ୍ଦା ହୁଏ

ପୁଣି ଆଉ ଗୋଟେ ହୁଳହୁଳୀରେ ଝିଅ ବିଦା ହୁଏ ।

ସେଇଥିପାଇଁ ସେ ଅନନ୍ୟା, ବିଚିତ୍ରବର୍ଣା,

ପରିପୂର୍ଣ୍ଣା, ସ୍ଵୟଂ ସମ୍ପୂର୍ଣ୍ଣା ।

ଧିମେଇ ଯାଆନ୍ତି ନକାରାତ୍ମକ

ଜାଗି ଉଠେ ବିଶ୍ଵ ସୁ ସନ୍ତକ

ଶୁଣିବାକୁ ମଧୁ ଅର୍କର ଗପ ହୁଳହୁଳି,

ନାଦ ବାଣୀ ଶୁଣି ଅଙ୍ଗୀକାର ବଦ୍ଧ ହୁଅନ୍ତି ମନ ବିବେକ ଆତ୍ମା

ଖୁସିରେ ଖାଇ ଖୁଆଇବାକୁ ଭାବ ଚକୁଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics