STORYMIRROR

Durjyodhan Barik

Classics

3  

Durjyodhan Barik

Classics

ମୁଁ କ'ଣ ବୁଢା ହୋଇଛି

ମୁଁ କ'ଣ ବୁଢା ହୋଇଛି

1 min
226

   


ସମୟ ଯାଇଛି  ବୟସ ଗଡୁଛି

ସାୟାହ୍ନରେ ପାଦ ଥାପିଛି ।

ସତାବନ ବର୍ଷେ  ଅବସର ହୋଇ

ଘରେ ବୃଥାରେ ମୁଁ ବସିଛି ।

ଚୌକିରେ ବସୁଛି ଚେୟାର ଭାଙ୍ଗୁଛି

ମୋବାଇଲ ଟିକୁ ଘାଣ୍ଟୁଛି ,

ମନରେ ଭାବୁଛି କବିତା ଲେଖିବି

ମୁଣ୍ଡରେ ବି ଢୁକୁନି କିଛି ।

ଖିଆଲି ମନକୁ ପ୍ରଶ୍ନ ଟିଏ ମୋର

ଆନ୍ଦୋଳିତ କରି ଦେଉଛି,

ସମସ୍ତେ କୁହନ୍ତି ମୋତେ ବୁଢା ବୁଢା

ମୁହିଁ କାଳେ ବୁଢା ହୋଇଛି ।

ସତରେ ମୁଁ କ'ଣ ବୁଢା ହୋଇଛି ?


ଅବସର ହୋଇ ପୁରିଲା ଅଠର

ଏବେ ମୁଁ ବାଇକ ଚଢୁଛି

ବାଇକ୍ ଟା ଧରି ବଜାର ସହର

ନିତି ନିତି ବୁଲି ଆସୁଛି ।

କୋର୍ଟ ଓ କଚେରି ବ୍ୟାଙ୍କ ହସ୍ପିଟାଲ

ସବୁ କାମ ନିଜେ କରୁଛି,

ହାଟରୁ ପରିବା ବଜାର ସଉଦା

ସବୁତ ଘରକୁ ଆଣୁଛି 


ମୁଣ୍ଡ ଧଳା ଚୂଳ କଳା ରଙ୍ଗ କରି

ଘରୁ ବାହାରକୁ ଯାଉଛି

ରଙ୍ଗ କରା ଯଦି ଡେରି ହୋଇ ଯାଏ

ଚୂଳ ଟିକେ ଧଳା ଦିଶୁଛି ।

ସତେ କି ମୁଁ ବଢା ହୋଇଛି ?


ଚାକିରି ରେ ଥିଲି ସାଥୀ ପରିଜନୁ

ଅନେକ ସମ୍ମାନ ପାଇଛି

ଅବସର ପରେ ଘରେ ମୁଁ ବସିଛି

 ସତେ କ'ଣ ତାହା ପାଉଛି ।

ସାର ଓ ସାହେବ ସମ୍ବୋଧନ ଥିଲା

ଏବେ ମୁଁ ଅଲୋଡା ହୋଇଛି ,

ଅଙ୍କଲ ମଉସା ସମ୍ବୋଧନ ହେଲେ

ମନଟା କେମିତି ଲାଗୁଛି ।

ସେଦିନର ସଂଜ୍ଞା ବଦଳି ଯାଇଛି

ଆଉ କ'ଣ ତାହା ପାଉଛି ?

ସତେ ମୁଁ କ'ଣ ବୁଢା ହୋଇଛି ?

ଖିଆଲି ମନକୁ ପ୍ରଶ୍ନ ଟିଏ ଆସେ

ସତେ କି ମୁଁ ବୁଢା ହୋଇ ଯାଇଛି ?


ମୁଖ ପତ୍ରିକା ରେ ହ୍ଵାଟସ୍ ଆପ୍ ରେ

ଅନେକ ସମୟ ବିତୁଛି

ସେ ସମୟେ ଯଦି ବ୍ୟାଘାତ ଆସିଲା

ମୋତେ ଚଡ଼ି ଚିଡା ଲାଗୁଛି ।

ପତ୍ନୀ ପଚାରନ୍ତି କାହିଁକି ତମର

ଚିଡି ଚିଡା ଭାବ ଆସୁଛି ।

ଖରା ଓ ବର୍ଷାକୁ ଜଗି ନ ରହିଲେ

ଦେହ ବି ଖରାପ ହେଉଛି ,

ସକାଳେ ଯଦି ମୁଁ ବ୍ୟାୟାମ କରୁଛି

ଥକା ଅନୁଭବ କରୁଛି,

ଖିଆଲି ମନକୁ ସେହି ଗୋଟେ ପ୍ରଶ୍ନ

ବାରମ୍ବାର ଫେରି ଆସୁଛି ।

ସତରେ ମୁଁ କ'ଣ ବୁଢା ହୋଇ ଯାଇଛି ?


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics