STORYMIRROR

Abhilipsa Behera

Classics Inspirational

4  

Abhilipsa Behera

Classics Inspirational

ଆଧୁନିକତା ର ପ୍ରତିଛବି

ଆଧୁନିକତା ର ପ୍ରତିଛବି

1 min
155

ଆଧୁନିକ ପାହାଚରେ ଆଜି ଚଢ଼ୁ ଚଢୁ 
ଝୁଣ୍ଟି ପଡ଼ିଲି ମୁଁହି ଆଗକୁ ବଢ଼ୁ ବଢ଼ୁ ।
      
ପଡ଼ି ଯାଇ ଦେଖେ ତ 
      ମୁଁ କେତେ ବଦଳି ଯାଇଛି 
ଉପର କୁ ଉଠିବା ଆଶା ରେ 
    ମୁଁ ସ୍ୱର୍ଥାପର ସାଜି ଯାଇଛି ।

ଆକାଶ ଛୁଇଁବା ଆଶାରେ 
      ମୁଁ ଯେ ଧରା କୁ ଛାଡିଲି ।
ଉଡ଼ିବା ଆଶା ନେଇ ମୁଁ 
      ମାଟି ରୁ ପାଦ ଉଠେଇଲି ।

ଭୁଲିଗଲି ମୋ ସଂସ୍କାର, ସଂସ୍କୃତି 
      ଉଡ଼ିଗଲି ମୁଁ ହେଇ ପ୍ରଜାପତି ।
ପ୍ରଜାପତି ଆଜି ତା ଅତୀତ ଭୁଲିଛି 
       ତୁଟାଇଛି ତା ଅତୀତ ରୁ ପ୍ରିତି ।

ଆହା ରେ ଦଇବ 
     କି ଦିନ ଦେଖେଇଲୁ 
ଆଧୁନିକତା ପାଇଁ 
     ନିଜ କୁ ବଦଳାଇ ଦେଲୁ ।

ଆଧୁନିକ ର ପ୍ରତିଛବି ସାଜି ମୁହିଁ
ଆଜି ମୋ ଅତୀତ କୁ ପାଶୁରିଲି 
ଆଧୁନିକତା ର ସାହାରା ରେ 
ମୁଁ ମୋ ସଂସ୍କୃତି ଲୁଚେଇଲି ।



Rate this content
Log in

Similar oriya poem from Classics