STORYMIRROR

Abhilipsa Behera

Classics Fantasy

4  

Abhilipsa Behera

Classics Fantasy

ଛାଇ

ଛାଇ

2 mins
20

ବସିଥିଲି ମୁଁ ମୋ ଭାବନା ରାଜ୍ୟ ରେ ଭାବୁକ ବେଶ ରେ 

ଆଖି ପଡ଼ିଗଲା ମୋର ଏକ କୃଷ୍ଣ ରଙ୍ଗ ର ଛବି ରେ ।

ମୋ ପରି ଥିଲା ଗଠନ ଯେ ତାର 

ତାକୁ ଦେଖି ହେଇଗଲି ମୁଁ ଅତି ଆତୁର ।

ହାତ ରେ ଥିଲା ଯେ ମୋର ହାତ ପଙ୍ଖା 

ସେ ମଧ୍ୟ ଧରିଥିଲା ସେଥି ରେ ନାହିଁ ନିଶଙ୍କା ।

ମୋ ପାଦ ସହ ତା ପାଦ ମିଶୁଥିବା ଦେଖି ମୁଁ ହୋଇଲି ଆଶ୍ଚର୍ଯ୍ୟ

ଭାବୁଥିଲି ତା ଉଦ୍ଦେଶ୍ୟ ପଛରେ କଣ ଅଛି ତାତ୍ପର୍ଯ୍ୟ ।

ଦିଶୁ ନଥିଲା ତାର ନେତ୍ର ଦୁଇ 

କିନ୍ତୁ ପାଖେ ଥିଲା ସେ ମୋର ସାଥି ହୋଇ। 

ରାତି ର ଅନ୍ଧକାର ରେ ଯେବେ ଚିମିନୀ ଜାଳି ବସେ

ଏକ ବିରାଟ ପ୍ରତିଛବି ହୋଇ ସେ ବସେ ମୋ ପାଶେ ।

ଅଧା ଭଙ୍ଗା କବାଟ ମୁଁ ଖୋଲିଲା ବେଳେ 

ସେ ବି କବାଟ ରେ ହାତ ମାରେ ଅତି କୌଶଳ ରେ ।

ଗାଁ ଦାଣ୍ଡ ର ସେ ଆଲୁଅ ରେ ଚାଲିଲା ବେଳେ 

ସେ ମଧ୍ୟ ଚାଲେ ମୋ ତାଳେ ତାଳେ ।

ଝାଟି ମାଟି କାନ୍ଥ ରେ ଯେ ମୁଁ ମୋ ହାତ ରଖଇ

କାନ୍ଥ ଭିତରୁ ଯେମିତି ସେ ମୋ ହାତ ଧାରଇ।

ଆଲୁଅ ରେ ଚାଲିଥାଏ ସାଥୀ ହୋଇ ମୋର

ଅନ୍ଧକାର ଆସିଲେ ଚାଲିଯାଏ ବହୁ ଦୂର ।

ଆଜି ର ଏ ଦୁନିଆ ବି ଅନ୍ଧକାର ରେ ଛାଡ଼ି ଦିଏ ହାତ 

ଆବଶ୍ୟକ ବିନା ଆଲୁଅ ରେ ହୁଅଇ ପ୍ରକଟ ।

ମିଛ ୟେ ଦୁନିଆ ରେ କେହି ନୁହେଁ ନିଜର 

ଆବଶ୍ୟକ କାଳେ କେହି ନ ଥିବେ ସମୀପେ ତୁମର ।

ଏକା ରହିବା ଶିଖିନ ତ ଶିଖି ଯାଓ

ନହେଲେ ସରିବନି ଆଖି ରୁ ଯେ ଅଗାଧ ଲୁହ ।

ଯେବେ ନିଜ ଛାଇ ଦିଅନି ସାଥି ଆମର 

ୟେ ସାମଜ କଣ ଛିଡ଼ା ହବ ସାଥି ରେ ଆମର ।

ସ୍ୱାର୍ଥପରତା ର ବର୍ଷା ରେ ଉଦା ୟେ ଜଗତ 

ସ୍ୱାର୍ଥପରତା ରୁ ହେଇ ପାରିବେନି ମୁକ୍ତ ।

ନିଜ ପଥ ନିଜେ ଦେଖି ଅଗ୍ରସର ହୁଏ 

ଏକା ତୁମେ ଯିବ ତୁମ ପର ଛାଇ ନୁହଁ ।

ଛାଇ ନୁହଁ ଭାଇ ନୁହେଁ କେହି ନୁହେଁ ତୁମର

ୟେ ଦୁନିଆ ବଡ଼ ବିଚିତ୍ର ଆଉ ସ୍ୱାର୍ଥପର ।।


Rate this content
Log in

Similar oriya poem from Classics