ଚାକରାଣୀ ନୁହେଁ ମୁଁ ଘରଣୀ
ଚାକରାଣୀ ନୁହେଁ ମୁଁ ଘରଣୀ
ରବି ପଛେ ନ ଆସିବେ ପୂରଵ ରେ
ମୁଁ ଶେଯ ଛାଡ଼ି ଦେବି ବଡି ଭୋର ରେ ।
କାଉ ନ ରାବଇ ଯେ କୁକୁଡ଼ା ନ ଡାକଇ
ଶେଯ ରୁ ଉଠେ ମୁହିଁ ତରବର ହୋଇ ।
ଘର ଅଗଣା ରେ କିରଣ ପଡୁ ପଡୁ
ମୁଁ ହାତେ ଝାଡୁ ଧରି ବାହାରିବି ଘର ଭିତରୁ ।
ଗୋ ଶାଳ ର ଫାଟକ ଫିଟେଇ ଦେଖେ ଯାଇ ଭିତରେ
ହମାବ ରଡ଼ି ଛାଡ଼ନ୍ତି ଗାଇ ଗୁହାଳ ଘରେ ।
ସକାଳ ଠୁ ରାତି ଯାଏ କରୁ ଥାଏ କାମ
ସେଥି ଯୋଗୁ ଦିଅନ୍ତି ନି କେହି ଯେ ଇନାମ।
ଯନ୍ତ୍ର ନୁହେଁ ମାନବ ମୁଁ କହିବି କେମିତି
ମୁଣ୍ଡ ପୋତି କେତେ ଦିନ ସହିବି ଏମିତି ।
ପକ୍ଷ ଦୁଇ ଥିଲେ ବିହାଗ ବେଶ ରେ
ଉଡି ଯାଇଥାନ୍ତି ଏ ଆକାଶ ବକ୍ଷ ରେ ।
ଅଛି ମୋର ଇଚ୍ଛା କିଛି ଅଛି ଯେ ସ୍ବପ୍ନ
କରିବି କେମିତି ଯେ ସେ ଇଚ୍ଛା ପରିପୂର୍ଣ୍ଣ ।
ଚାହେଁନି ମୁଁ ପରି ଲୋକ ଚାହେଁନି ସ୍ୱର୍ଗ ଲୋକ
ଖୁସି ର ଅନୁସନ୍ଧାନ କରେ ହୋଇ ଯେ ବିମୁଖ ।
ଆଜି ଯାଏ ନିଜ ଅଶ୍ରୁ ପିଇ ହସୁ ଥିଲି ମିଛ ରେ
ନିଜ ଖୁସି ପାଇଁ ଲଢ଼ିବା କୁ ହୁଏ ୟେ ଜଗତ ରେ ।
ପରିବାର ଯୋଗୁ ସବୁ ତ୍ୟାଗୀ ଥିଲି
ଆଜି ନିଜ ଖୁସି ଯୋଗେ ଆଗକୁ ବଢ଼ିଲି।
ନୁହଁଇ ୟେ ମୋ କଥା ସବୁ ଘରଣୀ ଙ୍କ କଥା
କଲମ ମୁନ ରେ ଲେଖିଲି ଜଣାଇ ତାଙ୍କ ହୃଦୟ ର ବ୍ୟଥା ।
ଉଡି ବା କୁ ଚାହେଁ ମୁଁ ଯେ ମୋତେ ଉଡି ବା କୁ ଦିଅ
ବିଶାଳ ଗଗନ ରେ ମୋତେ ହଜିବା କୁ ଦିଅ ।
ଅସୀମ ସାଗର କୁ ମୁଁ ଲଂଘନ କରିବି
ଦୂର ଆକାଶ ରେ ଯାଇ ପଦାର୍ପଣ କରିବି ।
ନୁହେଁ ମୁଁ କୌ ରାଜ୍ୟ ର ପାଟରାଣୀ
ମୁଁ ତ ମୋ ସ୍ଵାଭିମାନ ର ମହାରାଣୀ ।
ଭାବ ନାହିଁ ମୋତେ ତମ ଘର ଚାକରାଣୀ
ମୁଁ ତମ ଘର ର ଲକ୍ଷ୍ମୀ ତମ ଘରଣୀ।
