STORYMIRROR

Abhilipsa Behera

Classics Inspirational Children

3  

Abhilipsa Behera

Classics Inspirational Children

ରୁଦ୍ର ପ୍ରୋକପ

ରୁଦ୍ର ପ୍ରୋକପ

1 min
15

ହେ ମୋର ସୂର୍ୟ ଦେବ କେତେ ଆଉ ଋଷିବ 

ସାଗର ଝରଣା ଜଳ କେତେ ଆଉ ଶୋଷିବା।

ଗାଁ ଦାଣ୍ଡେ ମୁହିଁ ଆଜି ବୁଲି ବୁଲି ଆସେ 

ଗଛ ଟିଏ ନ ଦେଖିଲି କାହା ଦୁଆର ପାଶେ ।

ତମ କ୍ଷୁବ୍ଧ ହେବା ଦେଖି ଚିନ୍ତା ରେ ଘାରିଲି

ଏ ଖରା ବେଳେ ଦାଣ୍ଡ ଦୁଆରେ ବସିଲି ।

ଉଠି ଚାଲିଲି ମୁଁ ଟିକେ ଗାଁ ପୋଖରୀ କୁଳ 

ଗଛ ଟିଏ ନାହିଁ ସେଠି କଣ ହେଲା ଯେ ବେଳ ।

ନାହିଁ ଆଉ ଆମ୍ବ ତୋଟା ନାହିଁ ବର ଓହଲ

କାହିଁ ଯେ ସ୍ୱର ଆଉ କୋଇଲି ର କଣ୍ଠ ର ।

ନ ପାଇ ବୃକ୍ଷ ଛାଇ ଭିଜି ଗଲି ଝାଳ ରେ 

ଦେହ ରୁ ମୋର ଗମ୍ ଗମ୍ ଝାଳ ବାହାରେ।

ନିଶବ୍ଦ ହୋଇ ମୁଁ ସେଠୁ ଫେରିଆସିଲି 

ଗାଁ ଚୌର ପିଣ୍ଡା ରେ ସାଙ୍ଗ ମେଳେ ବସିଲି ।

ଗଛ କାଟି ଧନୀ ଲୋକ ଘରେ ଏସି ରେ ସୁଏ 

ଗରିବ ନିଜ ଚାଳ ଘରେ ହାତ ପଙ୍ଖା ରେ ବିଞ୍ଚି ହୁଏ

ହାଏ ରେ ମଣିଷ ଜାତି ଗଛ ଆଉ କାଟେନି ରେ

ତୋର ୟେ ସ୍ୱାର୍ଥପରତା ଧରା ଆଉ ସହିବନି ରେ

ଗଛ କାଟି ଦେଇ ତୁ ଘରେ ଭିତରେ ରହିଲୁ 

କେତେ ନିରୀହ ପକ୍ଷୀ ଙ୍କୁ ବାସହୀନ କଲୁ ।

ବୃକ୍ଷ କାଟି ଧରା କୁ ବିପଦେ ପକାଇ 

ସେଇ କାଠେ ଦଉ ତୋ ଘର ସଜାଇ।

ଆଜି ୟେ ପ୍ରଚଣ୍ଡ ରୌଦ୍ରତାପରେ ତୁ ତୋ ନିଜ କୁ ସମ୍ଭାଳ

ସୁର୍ଯ୍ୟ ଙ୍କ ପ୍ରୋକପ ର ସାମ୍ନା କରୁ କରୁ ସରିଯିବ ବେଳ କାଳ ।

ଗରମ ତାୱା ରେ ଏମିତି ସେକି ହବୁ 

ରୁଦ୍ର ପ୍ରୋକପ ଯୋଗୁ ଜଳ ବି ନ ପାଇବୁ।

ବୁଝି ଯା ରେ ମଣିଷ ଜାତି ବେଳ ଥାଉ ଥାଉ 

ନହେଲେ ଅଗ୍ନି ବର୍ଷା ରେ ଜଳିବୁ ହୋଇ ହୁ ହୁ ।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics