STORYMIRROR

Rishab K.

Abstract Classics Inspirational

4  

Rishab K.

Abstract Classics Inspirational

ସତ୍ୟ

ସତ୍ୟ

1 min
383

ମୃତ୍ୟୁ ବୁଝେ ନାହିଁ ବୁଢ଼ା କି ଭେଣ୍ଡିଆ,

ଯମ ଦେଖେ ନାହିଁ ଟଙ୍କା।

ମଶାଣୀ ବୁଝେନି ଧନୀ କି ଗରିବ,

ସତ ଏକ ସେଇ ଜୁଇ ଶିଖା।।

ଫୁଙ୍ଗୁଳା ଦେହରେ ଜନମ ଲଭିଛୁ,

ଫୁଙ୍ଗୁଳା ତୁ ଯିବୁ ଚାଲି।

କେତେ ତୁ କରୁଛୁ ଲୋଭ, ଗର୍ବ ଧନ,

ଶରୀର ତୋ ମାଟି ବାଲି।।

ଦାନ ଧର୍ମ କରି ଜୀବନ ତୋ ବିତୁ,

ତ୍ୟାଗ କରି ଅହଙ୍କାର।

ମଶାଣୀରେ ଯେବେ ବିଦାୟ ତୁ ନେବୁ,

ଶୁଭୁଥିବ ଜୟକାର।।

ଆଜିଠୁ ନିଜକୁ ବଦଳାଇ ଥରେ,

ମଣିଷ ହେବାକୁ ଚେଷ୍ଟା କର।

ଲିଭିବା ଆଗରୁ ବୟସର ଦୀପ,

ସତ୍ୟକୁ ସ୍ବୀକାର କର।

ସତ୍ୟକୁ ସ୍ବୀକାର କର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract