STORYMIRROR

Rishab K.

Abstract Drama Classics

3  

Rishab K.

Abstract Drama Classics

ଅନ୍ତର୍ଦ୍ଧ୍ୱନୀ

ଅନ୍ତର୍ଦ୍ଧ୍ୱନୀ

1 min
134

ନିଶବ୍ଦ ରାତିର ଶୂନ୍ୟତା ଭିତରେ

ସ୍ବପ୍ନ ଦେଖିବାକୁ ଚେଷ୍ଟା କରେ,

ଆଖି ତଳେ ନିଦ ବସା ବାନ୍ଧି ମୋତେ

ବାରମ୍ବାର ପରାଜିତ କରେ,

ତଥାପି ମୋ ଧୋର୍ଯ୍ୟ, ସାହାସର ସେତୁ

ବାନ୍ଧି ମୋତେ ଉତ୍ସାହିତ କରେ ।


ସୁରୂଜ ମୁରୁଜ ବୁଣିବା ଆଗରୁ,

ପାହାନ୍ତିଆ ନିଶି ବିଦାୟ ବେଦନା ଜନ୍ହକୁ କହେ,

ସେଇ ବେଦନାର ଯନ୍ତ୍ରଣା ଅଗ୍ନିକୁ,

ଦିବାକର ସାଥେ ଜଳି ଜଳି ସହେ।


ଏତେ ପ୍ରତାଡନା ବିତିଲା ପରେବି,

ନିଶିଗନ୍ଧା ସମ ରାତି ପାଇଁ ମରେ,

ନିଶବ୍ଦ ରାତିର ଶୂନ୍ୟତା ଭିତରେ

ସ୍ବପ୍ନ ଦେଖିବାକୁ ଚେଷ୍ଟା କରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract