ଅନ୍ତର୍ଦ୍ଧ୍ୱନୀ
ଅନ୍ତର୍ଦ୍ଧ୍ୱନୀ
ନିଶବ୍ଦ ରାତିର ଶୂନ୍ୟତା ଭିତରେ
ସ୍ବପ୍ନ ଦେଖିବାକୁ ଚେଷ୍ଟା କରେ,
ଆଖି ତଳେ ନିଦ ବସା ବାନ୍ଧି ମୋତେ
ବାରମ୍ବାର ପରାଜିତ କରେ,
ତଥାପି ମୋ ଧୋର୍ଯ୍ୟ, ସାହାସର ସେତୁ
ବାନ୍ଧି ମୋ ମନରେ ଉତ୍ସାହ ଭରେ ,
ନିଶବ୍ଦ ରାତିର ଶୂନ୍ୟତା ଭିତରେ ସ୍ବପ୍ନ ଦେଖିବାକୁ ଚେଷ୍ଟା କରେ।।
ସୁରୂଜ ମୁରୁଜ ବୁଣିବା ଆଗରୁ,
ପାହାନ୍ତିଆ ନିଶି ବିଦାୟ ବେଦନା ଜହ୍ନକୁ କହେ,
ସେଇ ବେଦନାର ଯନ୍ତ୍ରଣା ଅଗ୍ନିକୁ,
ଦିବାକର ସାଥେ ଜଳି ଜଳି ସହେ,
ସିଏ ଜଳି ଜଳି ଜଳାଞ୍ଜଳି ଦିଏ ଜହ୍ନ ପାଇଁ
ହେଲେ ମୋ ଆଖିରୁ ଅଶ୍ରୁ ନୀର ବହେ।
ଏତେ ପ୍ରତାଡନା ବିତିଲା ପରେବି,
ନିଶିଗନ୍ଧା ସମ ରାତି ପାଇଁ ମରେ,
ନିଶବ୍ଦ ରାତିର ଶୂନ୍ୟତା ଭିତରେ
ସ୍ବପ୍ନ ଦେଖିବାକୁ ଚେଷ୍ଟା କରେ।