STORYMIRROR

Rishab K.

Inspirational

3  

Rishab K.

Inspirational

କବିତା

କବିତା

1 min
154

ସକାଳର ସୁରୁଜ ସପ୍ତରଙ୍ଗୀ କିରଣକୁ ଭୂଇଁ ଉପରେ ବିସରିତ କରିଦେଲା ପରେ 

ଚଢେଇର ଚିଁ ଚାଁ ସ୍ୱର ଶୁଣି ଚକ୍ଷୁରୁ ନିଦ୍ରା ଦେବୀ ବିଦାୟ ନେଇଗଲା ପରେ 

ସୁମଧୁର ଭଜନ ଆଉ ଭକ୍ତି ଜଣାଣ ଶୁଣି କର୍ଣ ପବିତ୍ର ହେଇଗଲା ପରେ 

ମନ ଭିତରେ ଯେଉଁ ଭାବନାର ସଞ୍ଚାର ହୁଏ ତାକୁ ହିଁ କୁହନ୍ତି କବିତା।

ଦିବାକର ନିଜ କର୍ତ୍ତବ୍ୟ ସାରି ସନ୍ଧ୍ୟାର ଆଗମନରେ ପ୍ରସ୍ତୁତ ହୁଏ ପ୍ରତ୍ୟାଗମନ ପାଇଁ 

ଫେରନ୍ତା ଶ୍ରମିକ ଆଉ ପଥିକଙ୍କ ଶ୍ରମ ବିରାମ କରିବାକୁ ସଞ୍ଜ ଢଳିଆସେ ନଇଁ 

ନିଶିଧର ନିଜ କିରଣ ପ୍ରଛାଦିତ କରେ ବାଟବଣା ପଶୁଙ୍କ ମାର୍ଗଦର୍ଶନ ପାଇଁ 

ପୁଣି ଥରେ ନିଦ୍ରା ଦେବୀଙ୍କ ଆଗମନ ସହଜ କରିବା ଉଦ୍ଦେଶ୍ୟରେ ସମୀର ବହୁଥାଇଏ ସାଇଁ ସାଇଁ 

ମନୋରମ ଏହି ଦୃଶ୍ୟର ଦର୍ଶନ ପରେ ଯେଉଁ ଅନୁଭୂତି ହୁଏ ହୃଦୟକୁ ତାକୁ ହିଁ କୁହନ୍ତି କବିତା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational