STORYMIRROR

Rishab K.

Abstract Classics Inspirational

3  

Rishab K.

Abstract Classics Inspirational

ଏ ମାଟି

ଏ ମାଟି

1 min
163

ଧନ୍ୟ ଏହି ମାଟି, ଧନ୍ୟ ତାର କଳାକୃତି

ଧନ୍ୟ ରେ ପବନ, ଧନ୍ୟ ରେ ଗଗନ

ଧନ୍ୟ ସବୁ ଜନଜାତି ।

ଏହି ମାଟି ଖାଲି ମାଟି ନୁହେଁ

ଚନ୍ଦନ ତିଳକ ପରା

କେତେ ଯେ ରକତ, ବଳିଦାନ ପାଇଁ

ଶିରୋଧାର୍ଯ୍ୟ ଏହି ଧରା।

ଏ ମାଟିର ସବୁ ଦାନ ଅବଦାନ

ଆମ ପାଇଁ ଗରବ

ଆଜି ସେ ମାଟିର ଚରଣ ବନ୍ଦନା

କରିବାର ଏହି ପରବ। 

ମାଟି ମା ନୁହେଁ ,ମାଆ ଠାରୁ ବଳି

କରୁଣା ତାହାର ବେଶୀ

ତା ମମତା ଆଉ ଅନୁକମ୍ପା ପାଇ

ଆମେ ବଞ୍ଚିଯାଉ ହସି।

ମାଟି ଆମ ପାଇଁ ସବୁ କିଛି ସହି

କେବେ କିଛି ମାଗେ ନାହିଁ

ସେ ମାଟି କୁ ମୋର ସାଦର ପ୍ରଣାମ

ମୁଣ୍ଡ ମୋର ଯାଏ ନଇଁ।।

ଧନ୍ୟ ଏହି ମାଟି, ଧନ୍ୟ ତାର କଳାକୃତି

ଧନ୍ୟ ରେ ଗଗନ, ଧନ୍ୟ ରେ ପବନ

ଧନ୍ୟ ସବୁ ଜନଜାତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract