STORYMIRROR

Rishab K.

Abstract Tragedy Inspirational

3  

Rishab K.

Abstract Tragedy Inspirational

ଦର୍ପଣ

ଦର୍ପଣ

1 min
135

ଏଇ ସହରରେ ମାତିଛି ଅଶାନ୍ତି, କାନୁନ୍ କାଇଦା ନାହିଁ,

ସଭିଁଏ କରନ୍ତି ଉତ୍ପାତ ଏଥି, ଆପଣା ଚାହିଦା ପାଇଁ,

ଅନ୍ଧକୁ ଦେଖେଇ ଦର୍ପଣ ଏଠି, ଲାଗୁଛି ଫାଇଦା ନାହିଁ।


ଲୁଟ୍ ପାଟ୍ ସବୁ ଚାଲିଛି ଦିନରେ, ଆଇନର ଭୟ ନାହିଁ,

ରାତିରେ ଜୀବନ ଅସୁରକ୍ଷିତ, ନାରୀ ପାଇଁ ଥୟ ନାହିଁ,

ଗୁରୁ ଗୁରୁଜନ କିଏ ପଚାରୁଛି, ଭାଇକୁ ମାରୁଛି ଭାଇ,

ଅନ୍ଧକୁ ଦେଖେଇ ଦର୍ପଣ ଏଠି, ଲାଗୁଛି ଫାଇଦା ନାହିଁ।


ଘୃଣା ଈର୍ଷା ଆଗେ ନିରୀହ ମମତା ପଢ଼ିଛି ଯେ ବନ୍ଧା ହେଇ,

ଅନ୍ୟାୟ ହାତରୁ ଜଗତ ଉଦ୍ଧାର କରିବାକୁ କେହି ନାହିଁ,

ଏମିତି ଭାରତ ସ୍ଵାଧୀନ ହେଇବି, ସ୍ଵାଧୀନତା ପାଇଁ ନାହିଁ,

ଅନ୍ଧକୁ ଦେଖେଇ ଦର୍ପଣ ଏଠି ଲାଗୁଛି ଫାଇଦା ନାହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract