STORYMIRROR

pawan Mohakul

Abstract Inspirational

3  

pawan Mohakul

Abstract Inspirational

ସବୁରି ମୂଳରେ ଅର୍ଥ

ସବୁରି ମୂଳରେ ଅର୍ଥ

1 min
206

ଦିନକୁ ଦିନ ଜଟିଳ ହେଲାଣି,

ଏଇ ଦିନିଆରେ ବଞ୍ଚିବା...

ସମସ୍ତେ ଏଠାରେ ସ୍ୱାର୍ଥପର ହେଲେ,

କାହାକୁ ବିଶ୍ୱାସ କରିବା...

ସବୁ ତ ଏଠାରେ ଭେଜାଲ ହୋଇଲା,

କଣ ବା ଆମେ ଖାଇବା...

ସୁସ୍ଥ ସବଳ ଶରୀରଟେ ନେଇ,

କେମିତି ଏଠାରେ ବଞ୍ଚିବା...?

ସମସ୍ତେ ଏଠାରେ ଅବିଶ୍ଵାସୀ ହେଲେ,

କାହାକୁ ବିଶ୍ୱାସ କରିବା...?

ଠକିବା ଏଠାରେ ମୂଳମନ୍ତ୍ର ହେଲା,

ଧୋକାରେ ହେଉଛି ଶେଷ...

ମଣିଷ ମନରେ ବିଷ ଭରିଅଛି,

କରିଦିଏ ସର୍ବନାଶ...

ସମ୍ପର୍କ ସବୁ ତିକ୍ତ ହୋଇଗଲା,

ନିଜ କଥା ଖାଲି ଭାବନ୍ତି...

ବଞ୍ଚିବା ଚଳିବା କଷ୍ଟ ହୋଇଗଲା,

ଦୁଃଖେ ଦୁଃଖେ ଖାଲି ବଞ୍ଚନ୍ତି...

ମଣିଷ ଜନମ ପାଇଲେ ସିନା,

ମାନବିକତା ହଜିଲା...

ଆଜିକାଲି ବନ୍ଧୁ ସବୁରି ମୂଳରେ,

ଅର୍ଥ ହିଁ ମୂଳ ହୋଇଲା...

ଜନମ ହୋଇଛ ମରିଯିବ ଦିନେ,

ଏଇ କଥା ମନେ ରଖିବ...

ଧର୍ମ ପୁନ୍ୟ ସେବା କିଛି କରିଥିଲେ,

ସୁଖରେ ସୁଖରେ ମରିବ...।



साहित्याला गुण द्या
लॉग इन

Similar oriya poem from Abstract