STORYMIRROR

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ମୋହ

ମୋହ

1 min
256

ସପନ ଶିଖାର   ଲେଲିହାନ କାନ୍ତି

    ମନ ପତଙ୍ଗ ଦେଖୁଣ

ମାୟା ମିରିଗକୁ     ସ୍ବର୍ଣ୍ଣ ମୃଗ ଭାବି

      ଧାବମାନ ରଘୁରାଣ |


ପ୍ରହେଳିକା ଦେଖି   ଜନେ ଭୋଳ ଯା'ନ୍ତି

     ମାୟାରେ ହୁଅନ୍ତି ବାୟା

କପଟି ରାବଣ      ସର୍ବସ୍ବ ହରଣ

      କରି ନିଏ କରି ବାୟା |


ନର ବୁଝେ ନାହିଁ     ସଂସାରର ମାୟା

     ମିଛ ମାୟା କରେ ବାୟା

ଲଭଇ କଷଣ      ହୁଏ ହଇରାଣ

     ଦେଖି ମାୟା ମୃଗ ଛାୟା |


ଆସିଛି ଲଙ୍ଗଳା    ଫେରିବ ଲଙ୍ଗଳା

      ଫେରିଯିବ ସିଏ ଏକା

ଯିବେନି ସାଥ୍‌ରେ    ପ୍ରିୟ ପରଜନ

      ସାକ୍ଷୀ ଜୂଇ ଶିଖା ଏକା |


ମାୟାର ସଂସାର   କେହି ନୁହେଁ କାର

      ଭାବେ ଖାଲି ନିଜ ପର  

ମଶାଣି ଭୂଇରେ     ଜଣା ପଡିଯାଏ

    କର୍ମ ଅଟେ ଏକା ସାର ।


Rate this content
Log in

Similar oriya poem from Abstract