STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଦିବ୍ୟତ୍ୱ

ଦିବ୍ୟତ୍ୱ

1 min
366

ସ୍ଥିର ପଲକରେ ତୁମ ନିରେଖି ଦେଖ ଥରେ

ସେ ପଲକ ବିହୀନ ଚକା ଆଖିଦ୍ୱୟ,

ଜକେଇ ଆସିବ ନିଶ୍ଚୟ ଲୁହ ଦୁଇ ବୁନ୍ଦା

ହୁଅ ତୁମେ ଯେତେ ପଛେ ପାଷାଣ ହୃଦୟ। 

କି ଅଛି କେଜାଣି ସେ ଗରୁଡ଼ ଖମ୍ବରେ

ଆଲିଙ୍ଗନ କଲା ମାତ୍ରେ ଜାଗେ ଶିହରଣ,

ଏ ନୁହେଁ କି ମହାର୍ଘ ଓ ଦିବ୍ୟ ଉପଲବ୍ଧି

ଆଚମ୍ବିତ ତା ଅଭଡ଼ା ପ୍ରସ୍ତୁତି ବୁଝି ଥରେ ଜାଣ। 


କିଛି ବି ନ ମାଗି ଥରେ ଆଖି ଓଦା କରି

ଚାହିଁ ଦେଇ ଆସ ମୁକୁଳାଇ ସାରା ମନଟାକୁ,

ଲୋଟିପଡ଼ି ଦେଖ ଥରେ ଦେହଟାକୁ ଢାଳିଦେଇ

ନାଟ ମଣ୍ଡପରେ ସମ୍ପି ଦେଇ ସର୍ବସ୍ୱ ନିଜକୁ। 

ମଥା ପରେ ସଂସାରର ତୁଛା ବୋଝ ଯେତେ

ଆଉ ନଥିବ ଆଣିଥିଲ ଯାହା ତୁମ ସାଥେ

ଫିଟିଯିବ ବାଟ ନିଶ୍ଚେ ଫେରିଗଲା ପରେ

ଦିବ୍ୟତାର ପ୍ରମାଣ ପାଇଯିବ ନିଜ ହାତେ ହାତେ। 


ଦିବ୍ୟତା ନଥାଏ କେଉଁ ବିଛୁରିତ ଜ୍ୟୋତି ପୁଞ୍ଜେ

ନ ଥାଏ କେଉଁ ଆଖି ଝଲସା ଯାଦୁକାରୀ ଦୃଶ୍ୟେ,

ଏକ ଅକପଟ ହୃଦୟର ସରଳ ବିଶ୍ୱାସରେ

ସେ ଭବ୍ୟ ଏକ ଅନୁଭୂତି ଦିଶେ ଅପ୍ରକାଶ୍ୟେ। 

ନିଜକୁ ହାରି ଦେବା ପରେ ହିଁ ଜିତିହୁଏ ଏଠି

ବ୍ୟକ୍ତିତ୍ୱର ନାଶ କରି ମିଳେ ଏଠି ଶୁଦ୍ଧ ମନୁଷ୍ୟତ୍ୱ,

ଐଶ୍ୱରୀୟ ଜୀବନ ହିଁ ଶାନ୍ତି ଓ ଐଶ୍ୱର୍ଯ୍ୟରେ ଭରା

ନିଜ ଭିତରେ ଖୋଜି ଦେଖ ପାଇବ ଦିବ୍ୟତ୍ୱ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract