STORYMIRROR

Chittaranjan Nanda

Abstract Inspirational Others

4  

Chittaranjan Nanda

Abstract Inspirational Others

ଆମେ ତ ଓଡିଆ ସନ୍ତାନ

ଆମେ ତ ଓଡିଆ ସନ୍ତାନ

1 min
315


ମୁଁ ଓଡ଼ିଆ ପୁଅ, ମିଳେ ଅପୂର୍ବ ଶାନ୍ତି 

କହି ଓଡିଆ

ମହକଇ ସୁରଭିରେ, ଚିର ବନ୍ଦନୀୟା 

ମୋର ମାଆ ।


ଶୋଭାମୟୀ ପୁଣ୍ୟ ଭୂମି ଧର୍ମ ଭୂମି 

ମୋ ଉତ୍କଳ

ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଜନନୀ 

ଉତ୍କଳ ।


ମୁଁ ଓଡ଼ିଆ, ଭାଷା ମୋ ଓଡ଼ିଆ, 

ଭାରି ବଢ଼ିଆ

ମୁଁ ଖାଣ୍ଟି ଓଡ଼ିଆ, କହିଥାଏ ମୁହିଁ 

ଭାଷା ଓଡ଼ିଆ ।


ବୁଲି ଆସିଲେ ବି ପୂରୁବ ପଶ୍ଚିମ 

ଉତ୍ତର ଦକ୍ଷିଣ

ପାଇବନି ଭଉଣୀ ଭାଇ ମୋ ଉତ୍କଳ 

ଭଳି ସ୍ଥାନ।

       

ମୁଁ ଗର୍ବିତ, ଭାଷା ମୋ ଶାସ୍ତ୍ରୀୟ, 

ଶାସ୍ତ୍ରୀୟ ନୃତ୍ୟ,

ମନଲୋଭା ଖାଦ୍ୟପେୟ, ସୁନ୍ଦର 

ଏହାର ବାଦ୍ୟ ।


ଆରାଧ୍ୟ ଠାକୁର ଜଗନ୍ନାଥ, ଧାମ 

ତାଙ୍କ ଶ୍ରୀକ୍ଷେତ୍ର,

ପୁଣ୍ୟ ପବିତ୍ର ସାଗର ବେଳାଭୂମି 

ନାହିଁ ଅନ୍ୟତ୍ର ।


ମୋ ଓଡିଶାରେ ପାଳନ ହୁଏ ଭିନ୍ନ 

ଭିନ୍ନ ଓଷାବ୍ରତ

ଓଡିଆଣୀର ଶ୍ରେଷ୍ଠ ମଠା ଶାଢ଼ୀ, 

ଲକ୍ଷ୍ମୀଙ୍କ ସୁଦଶା ବ୍ରତ।


ଶାନ୍ତି ରାଜ୍ୟ ବୋଲି ଘୋଷିତ ସାରା 

ଜଗତ ଭିତରେ

ଯୁଦ୍ଧ ଜିତି ମଧ୍ୟ ଚଣ୍ଡାଶୋକରୁ ବନିଗଲେ

ଧର୍ମାଶୋକରେ।


ଲେଖି ଯାଇଛନ୍ତି ଭୀମଭୋଇ, ସନ୍ଥକବି

ମୋ ଓଡିଆ ମାଟିର 

ମୋ ଜୀବନ ନର୍କେ ପଡିଥାଉ, ଜଗତ ଉଦ୍ଧାର 

ହେଉ, ମହାନ୍ ତତ୍ତ୍ୟର ।


ମୋ ରାଜ୍ୟର ନଦୀ, ବନ, ଗିରି, 

ହ୍ରଦ, ମଠ ମନ୍ଦିର,

ଅଟେ ସ୍ଵତନ୍ତ୍ର, ହେବନି ଶେଷ, 

ବର୍ଣ୍ଣିଲେ କଥା ଉତ୍କଳର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract