STORYMIRROR

Mamatamanjari Das

Abstract

4  

Mamatamanjari Das

Abstract

କାଠଯୋଡ଼ି ପାଣି ବିଷ

କାଠଯୋଡ଼ି ପାଣି ବିଷ

1 min
235

ନୂଆ ଖବରଟା ପ୍ରମେୟ ପୃଷ୍ଠାରେ

କାଠଯୋଡ଼ି ପାଣି ବିଷ

ପଢ଼ିଦେଲି ଯେବେ ମୁଖ୍ୟ ଖବରଟା

ଉଡିଗଲା ମୋର ହୋଶ୍ ।


ଏହି କାଠଯୋଡ଼ି ମୋ ମାଆ ପରି

ତା' କୋଳେ ବଢ଼ିଛି ମୁହିଁ

ଶିଶୁରୁ ଯୌବନ ତା ପାଣି ଧାରରେ

କେତେ ପହରିଛି ସାଙ୍ଗସାଥି ମେଳେ ଯାଇ।


କାଚକେନ୍ଦୁ ପରି ପାଣିରେ ତାହାର

କାଟିଛି ଶୈଶବ ମୋର

ଗାଧୋଇବା ଠାରୁ ରନ୍ଧା ବଢ଼ା ଯାଏ

ତା ଜଳ ଅମୃତ ଧାର ।


କେତେ ପଶୁପକ୍ଷୀ ତୃଷ୍ଣା ଯେ ମେଣ୍ଟାନ୍ତି

ତା ଜଳକୁ ପାନ କରି

ତା' ଜଳରେ କ୍ଷେତ ସବୁଜ ଶ୍ୟାମଳ

ସେ ନୁହେଁ କି ମୋ ମାଆ ପରି ।


ସଂଧ୍ୟା ବେଳେ ଯେବେ ବସେ ତା'କୂଳରେ

ଥକ୍କାପଣ ମେଣ୍ଟିଯାଏ

ସୂର୍ଯ୍ୟ ଢ଼ଳିଲେ ବାରୁଣୀ ଗଗନେ

ମୁଁ ତାକୁ କବିତାରେ ରୂପ ଦିଏ ।


ସେହି ପାଣି ଆଜି ବିଷ ପାଲଟିଛି

ଏ ନରହନ୍ତାଙ୍କ ପାଇଁ

କଟକର ଯେତେ ମଇଳା ଆବର୍ଜନା

ନଦୀରେ ମିଶୁଛି ଯାଇ ।


ନୂଆ ଖବରଟା ହାଇକୋର୍ଟ ଆଜି

ଦେଇଛନ୍ତି ପରା ରାୟ

ବନ୍ଦ ହୋଇଯିବ ଖାନ୍ ନଗର ନାଳ

ମୋ କାଠଯୋଡ଼ି ପାଣି 

ହୋଇବ ଅମୃତ ମୟ ।


(ବାଦାମୀ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract