STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଇଷ୍ଟଦର୍ଶନ

ଇଷ୍ଟଦର୍ଶନ

1 min
241

କଳ୍ପନା ନେତ୍ରରେ ଦେଖ ପ୍ରସ୍ଫୁଟିତ ପଦ୍ମ ହୃଦୟରେ

ଶାନ୍ତ ଓ ସମାହିତ ହୋଇ ଚିତ୍ତ ଲୟ କର ଅନ୍ତରରେ,

ଜ୍ୟୋତିର୍ମୟ ମଣ୍ଡଳଟେ ପୁଷ୍ପ ମଧ୍ୟେ କର ସଂରଚନା

ଇଷ୍ଟଙ୍କୁ ବସାଅ ନେଇ ସେ ମଣ୍ଡଳେ ଅତି ଯତନରେ। 


ବିକ୍ଷିପ୍ତ ଚିତ୍ତକୁ ଆଣି କେନ୍ଦ୍ରୀଭୂତ କର ଅନ୍ତରରେ

କଳ୍ପନା ନେତ୍ରରେ ଦେଖ ଇଷ୍ଟ ତୁମ୍ଭ ହୃଦ କମଳରେ,

ଇତସ୍ତତଃ ହେବେ ମୂର୍ତ୍ତି ସ୍ଥିର ହେବା ଯାଏଁ ତୁମ୍ଭ ଚିତ୍ତ

ଏକାଗ୍ରତା ଆଣି ଦେଖ, ଇଷ୍ଟ ତୁମ୍ଭ ହସିବେ ସଧିରେ। 


ମାନସିକ ଅରଚନା କର ଈଶ୍ୱରଙ୍କୁ ହୃଦ ଆସନରେ

ଅଶ୍ରୁ ଜଳେ ଧୋଇଦିଅ ପଦଯୁଗ ଅତି ଶରଧାରେ,

ଭକ୍ତି ଓ ବିଶ୍ବାସ ପୁଷ୍ପ ସମ୍ପିଦିଅ ଶ୍ରୀଚରଣ ତଳେ

କାମନା ବାସନା ଯେତେ ଧୂପ କରି ଜାଳିଦିଅ ଧୀରେ। 


ଇଷ୍ଟନାମ ମାଳା କରି ଈଶ୍ୱରଙ୍କୁ ପିନ୍ଧାଅ ଗଳାରେ

ମୁଦ୍ରିତ ନୟନେ ଜାଳ ଦୀପ ଦ୍ୱୟ ଭକ୍ତିଭାବ ଭରେ,

ସର୍ବସ୍ୱ ସମର୍ପି ଦିଅ ନଇବେଦ୍ୟ ରୂପେ ତାଙ୍କ ଆଗେ

ଶୂନ୍ୟ ହେଲେ ପୂର୍ଣ କରି ଭରିଦେବେ ସବୁ ଅଭାବରେ। 


ମନକଥା ଗୋଟିଗୋଟି କରି କୁହ ଇଷ୍ଟ ସମ୍ମୁଖରେ

ଖୋଲିଦିଅ ସକଳ ଭାବନା ତାଙ୍କ ଆଗେ ସରଳ ପ୍ରାଣରେ,

ନୀଳାମ୍ବରେ ସୂର୍ଯ୍ୟସମ ଚମକିବେ ହୃଦାସନେ ଉଇଁ

ଅଭୟ ହସ୍ତଟି ତାଙ୍କ ଭରିଯିବ ଭରା ଆଶିଷରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract