STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ସବୁଜ ରଙ୍ଗର ହୋଲି

ସବୁଜ ରଙ୍ଗର ହୋଲି

1 min
411

ଅଭିବୃଦ୍ଧି ହେବ ଜୀବନ ଯାତ୍ରାର

   ଆସିବ ହିଁ ସଦବୁଦ୍ଧି,

ସବୁଜ ରଙ୍ଗର ମାହାତ୍ମ୍ୟ ଅପାର

   କରିବ ସତ୍ୟର ବୁଦ୍ଧି।


ମନ୍ଦ ବୁଦ୍ଧି ଯିବ ଦୂରେଇ ହୃଦୟୁ

  ହେବ ଜ୍ଞାନ ପ୍ରଜ୍ୱଳିତ,

ସତ୍ୟପଥ ହେବ କର୍ମର ମାର୍ଗରେ

  ଆସିବ ଶୁଭ ମୂହୁର୍ତ୍ତ।


ରଙ୍ଗର ମହିମା ଅପୂର୍ବ ହୋଲିର

  କରିବା ରଙ୍ଗ ଚୟନ,

ସବୁଜ ରଙ୍ଗରେ ଖେଳିବା ଟି ହୋଲି

  ହେବଟି ସତ୍ୟରେ ମନ।


ଘୁଞ୍ଚି ଯିବ ପାପ ହୃଦୟ ଭିତରୁ

  ଧର୍ମ କାର୍ଯ୍ୟେ ହେବ ମନ,

ରାଗ ଅହଙ୍କାର ଦହନ ହୋଇବ

  ହୋଇବ ପବିତ୍ର ମନ।


ମନ୍ଦ ଭୂତ ଥିଲା ହୋଲିକା ହିଁ ମଲା

  ହେଲା ବରଦାନ ବୃଥା,

ବିଷ୍ଣୁ ଭକ୍ତ ଥିଲେ ପ୍ରହ୍ଲାଦ ନିଆଁରେ

  ହେଲା ଭାଇ କାର୍ଯ୍ୟ ବୃଥା।


ଭାଇକୁ ମାରିଲେ ପ୍ରହ୍ଲାଦେ ରଖିଲେ

  ବ୍ରହ୍ମଣ୍ଡ ଠାକୁର ସେହୁ

ସତ୍ୟର ପର୍ବଟି ହେଲା ସେହି କାଳୁ

  ପର୍ବ ହୋଲି ନାମେ ଏହୁ।


ରଙ୍ଗର ମହତ୍ତ୍ଵ ରହିଛି ତହିଁରେ

  ଧରି କାଳକାଳ ଏହୁ,

ସବୁଜ ରଙ୍ଗଟି ବଦନେ ଲାଗିଲେ

  ଦିଏ ସତ୍ୟବାଟ ଏହୁ।


ବିଷ୍ଣୁ ଭକ୍ତି ଗୁଞ୍ଜେ ସର୍ବାଙ୍ଗେ ତାହାର

  ପ୍ରେମ ଭକ୍ତି ଶ୍ରଦ୍ଧା ଗୁଞ୍ଜେ,

ସତ୍ୟପଥେ ରହି ରାଷ୍ଟ୍ର ସେବା କରେ

   ସେବାଭାବ ହୃଦେ ଗୁଞ୍ଜେ।


ସମଭାବ ମନ୍ତ୍ର ଆସେଟି ଜୀବନେ

   ଗୃହେ ରଖେ ସମଭାବ,

ଜନତା କଲ୍ୟାଣେ ରଖେ ସମଭାବ

   ନାହିଁ କାହିଁ ହେଦଭାବ।


ଆସ ଆସ ଭାଇ ଖେଳିବା ହୋଲିରେ

   ସବୁଜ ରଙ୍ଗରେ ହୋଲି,

ସବୁ ମନବାଞ୍ଛା ପୂରଣ କରିବା

   ଯିବ ପାପ ଦେହୁ ଚାଲି।


ବିଷ୍ଣୁ ଭକ୍ତି ପରା ଗୁଞ୍ଜିବ ବଦନେ

  ଯିବ ମିଳି ସତ୍ୟବାଟ,

ସବୁଜ ରଙ୍ଗରେ ଖେଳିବା ଟି ହୋଲି

  ପାଇବା ଧର୍ମର ବାଟ।


ଜଗତ ଠାକୁର ସୁଦୟା କରିବେ

  ଏହୁ ଆଜି ରଙ୍ଗ ପର୍ବେ,

ପ୍ରେମ ଓ ଶ୍ରଦ୍ଧାର ରଙ୍ଗରେ ରଙ୍ଗିବା

   ଆଜିଏହୁ ହୋଲିପର୍ବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract