ଭୁଲ ଆମର ଦୋଷ ଦେବା କାହାକୁ
ଭୁଲ ଆମର ଦୋଷ ଦେବା କାହାକୁ
ବୁନ୍ଦା ବୁନ୍ଦା ଜଳରେ ପୋଖରୀ, ନଦ ନଦୀ
ସାଗର ହୁଅଇ ପୂର୍ଣ୍ଣ
ଧୀରେ ଧୀରେ ପଢି ମନୁଷ୍ୟ, ଶିଶୁଟି ଦିନରୁ
ଅରଜି ଥାଏ ତ ଜ୍ଞାନ ।
ପ୍ରାକୃତିକ ଶୋଭା ଅତି ମନଲୋଭା ଶାନ୍ତ
ପରିବେଶ ସଦା କମନୀୟ
ପରିବେଶ ସ୍ନେହ ପ୍ରୀତି ପୁଂଜି ପାଖରେ ହୀନ
ଶିକ୍ଷା ଦେଇ, ଦୋଷ କାହାକୁ ଦିଅ ।
ଗଛ ପରେ ଗଛ କାଟି ଆମେ ଧୀରେ ଧୀରେ
ବିଷର ବନ୍ୟା ବୋହି ଦେଲେ
ସେ ହଳାହଳ ବିଷ ଜ୍ବାଳାରୁ ବଞ୍ଚିବା ପାଇଁ କି
ବିଶ୍ବରେ ସୁରକ୍ଷା ଖୋଜି ହେଲେ ।
ଶୈଶବ ଅବସ୍ଥା ଅନୁକରଣର ବେଳ, ଜାଣିନେ
କି ଶିଶୁକୁ ଗଢ଼ିବାର ବେଳ
ଦୋଷ ଦେଉଛେ କାହାକୁ ଚରିତ୍ର ନଗଢ଼ି ଖାଲି
ଓଁ ଶୁଭ ଲାଭ ବାଣୀ ଶିଖାଇଲ ।
ଥିଲା ଗୁରୁକୁଳାଶ୍ରମ, ଗୁରୁ ଥିଲେ ମହାନ୍ ଟିଉସନ
ପ୍ରଥା, ଶିକ୍ଷା ତ ବ୍ୟବସାୟ ନଥିଲା
ଚରିତ୍ର ଗଠନ ଶିକ୍ଷା ନୀତି ଆଦର୍ଶବାଦକୁ ଛାଡି
ମାନବିକତା ଖୋଜିଲେ ପାଇବାକି ଭଲା ।
ନଭଶ୍ଚୁମ୍ବୀ ପ୍ରସାଦ ଗଢ଼ୁଛେ, କଂକ୍ରିଟର ଜଙ୍ଗଲ,
ଚାଳ ଘର ସ୍ୱପ୍ନ, ଭର୍ତ୍ତି
କାରଖାନା ଶିଳ୍ପରେ
ପ୍ରକୃତି ସୁନ୍ଦରତା ପାଇବା କାହିଁ, ବିଷାକ୍ତ ରୋଗର
ଧୂଆଁ ଖେଳେ ଆଜିର ବାୟୁ ମଣ୍ଡଳରେ ।
ବିଷକନ୍ୟା ପୁଂଜିବାଦର ମଳୟ ବାଜିଛି ଆମ
ସମସ୍ତଂକ ଦେହରେ ତାହାର ଗ୍ରୀଷ୍ମ ଝାଞ୍ଜି
ବିଷକନ୍ୟା ଜାଲେ ପଡିଛେ, ସମାଧାନ ପଥ
ନଧରିଲେ, ସେହି ଯମ ତ ପୋଛିବ ପାଞ୍ଜି ।
ଶିକ୍ଷା ପାଉଛେ ନେତାଙ୍କ ଠାରୁ ପ୍ରତିଦିନ, ଆଖିରେ
ମିଛି ମିଛିକା ଲୁହ ଦେଖାଇ ହେବାର ଠାଣି
ବହୁରୂପୀର ଆକର୍ଷଣରେ ପଡିଛେ ଯାଇଁ, ମେଣ୍ଢାଟିଏ
ହୋଇ ପଡିଛେ ହେଉ ପଛେ ଯେତେ ଜ୍ଞାନୀଗୁଣୀ ।
ଯୌଥ ପରିବାର ରହିବ କିପରି ଆପେ ବଂଚିଲେ
ବାପର ନାମ ଶିଖିଲୁ ତ ଶୈଶବ ଅବସ୍ଥାରୁ
ସାରା ବସୁଧାକୁ କୁଟୁମ୍ବ ଓ ଜାତୀୟତା ଭାବନା କିପରି
ଆସିବ, ପୁଂଜି ଧରି ଖସିବା ଶିଖୁଛୁ ନେତାଙ୍କ ଠାରୁ।
ଅଧର୍ମ ବିତ୍ତ ବଢେ ବହୁତ ଗଲାବେଳେ ଯାଏ ମୂଳ
ସହିତ, ଦେଇ ଯାଏ ଖାଲି ଦୁଃଖ ଓ ବେଦନା
ସଂସ୍କାର ଆଦି ସୁଗୁଣ ଦ୍ବାରା ହେଲେ ଅଭିଷିକ୍ତ, ଜୀବନ
ସୁଖମୟ ହେବ, ମଣିଷର ଉନ୍ନତି ହେବ ସିନା ।