STORYMIRROR

Sabita Pattanayak

Abstract Inspirational

4  

Sabita Pattanayak

Abstract Inspirational

ଇଚ୍ଛା କରେ ହେବାକୁ କବି

ଇଚ୍ଛା କରେ ହେବାକୁ କବି

1 min
270

ହସୁ ହସୁ ଟୋପେ ଲୁହ

ଚାଲୁ ଚାଲୁ ବଢେ ମୋହ

ପୂର୍ଣ୍ଣଚ୍ଛେଦ ର ଠିକଣା ନଜାଣି କାଇଁ ବଢ଼ାଉଛ କୋହ

ରେ ଜୀବନ କାଇଁ ବଢାଉଅଛି କୋହ..l

ଖେଳୁ ଖେଳୁ ହୁଏ ବଣା

ଆଖିଥାଇ ହୁଏ କଣା

ଅନ୍ଧାର ଭିତରେ ବାଡ଼ି ବୁଲାଇ ତୁ କାଇଁ କରୁ ମନ ଉଣା

ରେ ଜୀବନ କାଇଁ କରୁ ମନ ଉଣା..l

ଘ୍ରାଣେ ନେଉ ତୁ ସୁଗନ୍ଧ

କିନ୍ତୁ ଭରିଦିଏ ବିଷ ବନ୍ଧ

ବାଟରେ ଚାଲି ତୁ ରୁଧିର ବୁହାଉ ଝାଳ କରି ତୋର କାନ୍ଧ

ରେ ଜୀବନ ଝାଳ କରି ତୋର କାନ୍ଧ...l

ଶୀତର କୁହୁଡ଼ି ପରି

ଅଦୃଶ୍ୟ ଅନ୍ଧାର ବାରି

ଖରାର ସନ୍ଧାନ ରେ ବାହାରିଚୁ କାଇଁ ମୁଣ୍ଡରେ ପଗଡି ମାରି

ରେ ଜୀବନ ମୁଣ୍ଡରେ ପଗଡି ମାରି...l

ଅସ୍ପଷ୍ଟ ତୋ ପାହାନ୍ତା ଛବି

ଦେଖି ଚିହ୍ନିବାକୁ କରେ ଦାବି

ସୁପ୍ତ ରୁ ଉଠାଇ ସବ୍ଦ କୁ ଗୋଟାଇ ଇଚ୍ଛା କରୁ ହେବାକୁ କବି

ରେ ଜୀବନ ଇଚ୍ଛା କରୁ ହେବାକୁ କବି ...ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract