STORYMIRROR

Sabita Pattanayak

Drama

4  

Sabita Pattanayak

Drama

ଶେଷ ମୁହୂର୍ତ୍ତରେ

ଶେଷ ମୁହୂର୍ତ୍ତରେ

1 min
250

ଜୀବନର ସଞ୍ଜ ଆସିଯିବ ଦିନେ

ଗୋଧୂଳି ସମୟର ସାଥେ ସାଥେ ll

ମଶାଣିର ବାଟ ସ୍ଵଚ୍ଚ ଦେଖାଯିବ

ଗାଆଁ ବାଟର ଶେଷ ଅନ୍ତେ ll

ଯୂଇ ଧୂଆଁ ଦିନେ ଆକଶେ ମିଶିବ

ଦେହର ଶେଷ ଅଂଶ ଜ୍ୱଳନ୍ତରେ ll

ସମ୍ପର୍କର ଡୋରି ଛିଡ଼ିଯିବ ପୁଣି

ଜୀବନ ଜଳିବା ସାଥେ ସାଥେ ll

ଦିନର ଆଲୁଅ ସାଜିବ ଅନ୍ଧାର

ଆଖିର ପଲକ ପଡ଼ିବା ପରେ ପରେ ll

ଦୁନିଆ ସାଜିବ ସ୍ମୃତି ପଟ ଗୁନ୍ଥା

ବୋହି ଯିବୁ ହୋଇ ଲୁହ ଧାରେ ଧାରେ ll

ଉଭେଇ ଯିବ ସବୁ ଅଂଶ ତୋର

ଶ୍ମସାନର ସେଇ ଧୂଆଁରେ ll

ନୀରବି ଯିବେ ସବୁ ଦିନେ

ତୁ ଚାଲି ଗଲା ପରେ ଆର ପାରେ ll

ଆଖିର ଲୁହରେ ମିଳେଇ ତୁ ଯିବୁ

ସମୟର ଏଇ ଚଳା ପଥେ ll

କାଇଁ ଏ ଶତ୍ରୁତା ତୋଳି ଥାଏ ଜୀବନ

ତୁଚ୍ଛା ଲୋଭ ମୋହ ସମ୍ପର୍କରେ ll

ସବୁ ଏଠି ମିଶିବେ ମାଟିର କୋଳରେ

ହୋଇ କାଠ କଳା ପାଉଁସରେ ll

ଗର୍ବ ହିଂସା କ୍ରୁର କାହା ପାଇଁ ସବୁ

ସାଉଁଟି ଥାଉ ଜୀବନ ଦିପହରରେ ll

ସବୁ ମିଛ ପରା ଏ ଛାର ମୋହ ଦୁନିଆରେ

ନିଜ ଅଭିନୟ ସରିଗଲା ପରେ ବାହୁଡ଼ିବେ

ସବୁ କାଳ ବଳେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama