STORYMIRROR

Sabita Pattanayak

Abstract Others

3  

Sabita Pattanayak

Abstract Others

ଜୀବନ ମୂଳଦୁଆ

ଜୀବନ ମୂଳଦୁଆ

1 min
166

ଆତ୍ମାଟିଏ ଯେବେ ପୁଣ୍ୟ କରି ଆସି ଜୀବନ୍ତ ପିଣ୍ଡୁଳା ସାଜେ

ପୂର୍ବ ନିର୍ଦ୍ଧାରଣ କର୍ମ ଅନୁଯାଇ ଗର୍ଭାଶୟରେ କରେ ବିଜେ ll

ସେବେଠୁ ଜୀବନ ମୂଳ ଦୁଆ ସାଜେ ଟିକିଏ ପବନ ନିଶ୍ଵାସରେ

ଭୃଣରୁ ଗଠନ ଜୀବନର ଅନୁଭବ ସାଜେ ଅଙ୍ଗ ଅଙ୍ଗରେ ll

ପରିପକ୍ୱ ହୋଇ ଅଦୃଶ୍ୟ ମମତାରେ ଦଶ ମାସ ଦସ ଦିନ ବିତେ

ଅଦ୍ଭୂତ ଲାଗେ ଏ ଜୀବନର ପ୍ରକ୍ରିୟା କେମିତି ଗଢ଼ିଛ ସତେ ll

ପୂର୍ଣ୍ଣ ଲାଭ କରି ଅଙ୍ଗପ୍ରତ୍ୟଙ୍ଗ ଦୁନିଆ ବୁକୁରେ କୁଦେ

ସେବେଠୁ ଆରମ୍ଭ ଜୀବନ କର୍ତ୍ତବ୍ୟ ସବୁ ଇଚ୍ଛା ରଖି ବାଦେ ll

ନୂଆ ଜୀବନରେ ନିର୍ମାୟା ସ୍ନେହରେ ଜୀବନ ଭାରି ଭଲ ଲାଗେ

ଲୁହ ଥାଏ ଅଜଣା ମା କୋଳେ ପରା କଇଁ କଇଁ ହୋଇ କାନ୍ଦେ ll

ନିଷ୍କପଟ ଜୀବନ ଅଳ୍ପ ଦିନ ଥାଏ ସଭିଙ୍କ ଜୀବନରେ

ଥରେ କଥା ହୋଇଗଲେ କପଟ ଦୁନିଆ ଜୀବନକୁ ସ୍ଵାଗତ କରେ ll

ଅବୁଝା ଏଇ ଜୀବନର ନୀତି ନିଜ ଭାବନାରେ ଚାଲିଥାଏ

ନୂଆ ଅତିଥିଟିଏ ପରି ସବୁ ଖୁସି ଚର୍ଚ୍ଚା ଜୀବନ ରେ ଭରି ଥାଏ ll

ଛୋଟ ମନରେ ଜୀବନର ସଂଜ୍ଞା ବୁଝିବାକୁ ସମୟ ଲାଗେ

ଯେବେ ବୁଝି ଯାଏ ଜୀବନର ସଂଜ୍ଞା ପୁଣି ଲେଉଟିବାକୁ ସେ ଲାଗେ llll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract