STORYMIRROR

Sabita Pattanayak

Inspirational

3  

Sabita Pattanayak

Inspirational

ଛୋଟ ବେଳ ଜୀବନ

ଛୋଟ ବେଳ ଜୀବନ

1 min
167

ଖେଳ କୁଦ ଭରା ହସର ଜୀବନେ ଖୁସି ଭରି ହୋଇ ଥାଏ 

ଖେଳୁ ଖେଳୁ କେବେ ତଳେ ପଡିଗଲେ ମା ଦୌଡ଼ି କି ଆସିଯାଏ ll


ପଣତ ରେ ତାର ଥାଏ କଟୁ ସତ୍ୟ ହେଲେ ସେଥିରେ ସେ କୋଳେଇ ନିଏ 

ଯୋଉ ପଣତ ଜୀବନର ସତ୍ୟ ଲୁହ ସହ ସବୁ ବେଳେ ଭେଟୁଥାଏ ll


ତଥାପି ବୁଝିବାକୁ ଦିଏନି ଜୀବନର ସଂଜ୍ଞା ଲୁଚେଇକି ରଖିଥାଏ 

କାଳେ ବୁଝିଗଲେ ସହି ପାରିବନି ବୋଲି ଲୁଚି ଲୁଚି କାନ୍ଦୁଥାଏ ll


ଜୀବନ ବଞ୍ଚିବା ଭାରି କଷ୍ଟ ସାଧ୍ୟ ପିଲାବେଳେ ବୁଝି ନଥାଏ 

ଛୋଟ ଦୁନିଆରେ ଛୋଟ ମନ ସହ ଜୀବନ ତା ବିତୁଥାଏ ll


ହସ ସାଥେ ଧକ୍କା ହୁଏ ଯେବେ ଲୁହ ଶରୀରର ଆଘାତେ

ହୃଦୟ ଆଘାତର ମାନେ ବୁଝି ସେ ନଥାଏ ଜୀବନର ଚଲାପଥେ ll


ଖୁସି ଭରା ଏଇ ଅଳ୍ପ ଦିନ ସମସ୍ତଙ୍କ ଜୀବନେ ନଥାଏ 

ଚାଲୁ ଚାଲୁ ଯେବେ କଣ୍ଟା ଫୁଟି ଯାଏ ଚମକି କି ଡାକି ଦିଏ ll


ଧୀରେ ଧୀରେ ପୁଣି ଜୀବନର ମାନେ ବୁଝି ବୁଝି ଚାଲୁଥାଏ 

ଭଲ ମନ୍ଦ ଅଙ୍କର ଗଣନାର ସୂତ୍ର ତାକୁ ତ ଅଜଣା ଥାଏ ll


ସରଳ ଜୀବନ ସିଧା ବାଟ ଦେଇ ନିତି ସେ ଚାଲୁ ଥାଏ ll l

ଛୋଟ ହସ ଟିକେ ହେଲେ ହଉ ପଛେ ଦୁଃଖର ମିଶ୍ରଣ ନଥାଏ l l l l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational