STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

କଳାରଙ୍ଗେ କଳାର ସୃଜନ

କଳାରଙ୍ଗେ କଳାର ସୃଜନ

1 min
395


ଅତ୍ୟାଧୁନିକତା ଶକ୍ତି ପରିଚୟ

  କଳାରଙ୍ଗେ ପରା କରେ,

କଳରଙ୍ଗେ ଯେବେ ହୋଲିକୁ ଖେଳିବା

  ଜ୍ଞାନ ପ୍ରକାଶିତ କରେ।


ଶୋଭା ଦିଏ ଏହୁ ମନୁଷ୍ୟ ଜୀବନେ

   କଳାରେ ଭୂଷିତ କରେ,

ଜ୍ଞାନର ଆଲୋକ ପ୍ରଜ୍ବଳିତ ହୁଏ

   ନୂଆ ନୂଆ ତହୁଁ କରେ।


ନୂଆ ଆବିଷ୍କାର କରେ ଯୁବା ତହିଁ

  ରାଷ୍ଟ୍ରର କଲ୍ୟାଣ ପାଇଁ,

ନିଜ କଳା ବଳେ ସୁନାମ ରାଷ୍ଟ୍ରକୁ

  ଦିଏ ରାଷ୍ଟ୍ରହୀତ ପାଇଁ।


କବିର କଳ୍ପନା ଶିକ୍ଷା ଦିଏ ଜନେ

  ରାଷ୍ଟ୍ରର ମଙ୍ଗଳ ତହିଁ,

ଏକତାର ମନ୍ତ୍ର ଗୁନ୍ଥେ ଜନ ମଧ୍ୟେ

  ଏକତ୍ରିତ କାର୍ଯ୍ୟ ଯହିଁ।


ଜାଗରଣ ଆଣେ କବିତା ମାଧ୍ୟମେ

  ଜନ ଜନଙ୍କର ମନେ

ଶିକ୍ଷାର ବିଷୟ ହୁଏ ସେ କବିତ

  ଛାତ୍ରଛାତ୍ରୀଙ୍କର ଜ୍ଞାନେ।


କଳା ରଙ୍ଗ ଆଣେ କଳାର ପ୍ରତିଭା

  ହୁଏ ଆବିର୍ଭାବ ସେହୁ,

କଳା ବଳୁ ଗଢେ ଶକ୍ତିଶାଳୀ ରାଷ୍ଟ୍ର

  ଭରି ଦିଏ ଜନେ ଏହି।


ନୂଆ ଭାରତର ନୂତନ ସପନ

  କଳା ବଳୁ ହିଁ ସମ୍ଭବ,

ଆତ୍ମନିର୍ଭରଟି କରେ ସେ ରାଷ୍ଟ୍ରକୁ

  ଅସମ୍ଭବ ଭି ସମ୍ଭବ।


କଳାବଳୁ ହୁଏ ଆବିଷ୍କାର ରାଷ୍ଟ୍ରେ

  କରେ ନୂଆ ଆବିଷ୍କାର,

ଅତ୍ୟାଧୁନିକଟି କରେ ସେ ରାଷ୍ଟ୍ରକୁ

  ରାଷ୍ଟ୍ରହୀତେ ଆବିଷ୍କାର।


ସତ୍ୟହୋଲି ରଙ୍ଗେ ଖେଳିବାଟି ହୋଲି

  କଳାକକୁ କର ଆଦର,

କଳାପରା ଅଟେ ହୃଦୟ କଳ୍ପନା

  ରାଷ୍ଟ୍ରର ନୂଆ ଆଧାର।

   

ଜୀବନରେ ହେଉ କଳାର ଆଦର

  ଈଶ୍ବରୀୟ ଶକ୍ତି ଏହୁ,

ଗଢିବା ଭାଇରେ ନୂଆ ଭାରତକୁ

  କଳାର ବଳରେ ଏହୁ।


ରାଧାକୃଷ୍ଣେ ନିତ୍ୟେ ଭକ୍ତି ରଖି ଥିବା

 ସବୁ ଶକ୍ତି ହେବ ପୂର୍ଣ୍ଣ,

ଶକ୍ତି ବଳେ ହେବ ରାଷ୍ଟ୍ରର ନିର୍ମାଣ

  ରାଷ୍ଟ୍ର ହେବ ଲକ୍ଷ୍ମୀପୂର୍ଣ୍ଣ।


ଆତ୍ମନିର୍ଭରଟି ହେବଟି ଭାରତ

  ଆତ୍ମବିଶ୍ବାସ ସଞ୍ଚାର,

ନୂଆ ଭାରତର ସ୍ବପ୍ନକୁ ସାକାର

  କରିଦେବେ ନିରାକାର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract