STORYMIRROR

Sambit Srikumar

Abstract Inspirational

4  

Sambit Srikumar

Abstract Inspirational

ମୁଁ ମନ୍ତ୍ରୀ ହେବି

ମୁଁ ମନ୍ତ୍ରୀ ହେବି

1 min
210

ତୁମକୁ ଲାଗିପାରେ ଥଟ୍ଟା ପରିହାସ

କିନ୍ତୁ ମୁଁ ମନେ ମନେ ଦେଖୁଛି ସ୍ବପ୍ନ

ହେବି ଦିନେ ଏଇ ରାଇଜେ ମନ୍ତ୍ରୀ

ମୋ ଇସାରାରେ ନାଚିବେ ଅମଲାତନ୍ତ୍ରୀ

ଖଦଡ଼ ପିନ୍ଧି ମୁହିଁ କରିବି ଶାସନ

ଭାଷଣରେ ମୋହି ନେବି ଜନଗଣମନ

ସଭିଏଁ କହୁଥିବେ ମୋତେ ମାନ୍ୟବର

ସୁନାମର ବୈଜୟନ୍ତୀ ଉଡୁଥିବ ଫରଫର।

ଯଦି ମୁଁ ମନ୍ତ୍ରୀ ହେବି;

ରାମରାଜ୍ୟ ପ୍ରତିଷ୍ଠା କରିବି

ଦାରିଦ୍ର୍ୟ ହଟାଅ ସ୍ଲୋଗାନ ଦେବି

ଅନାହାର ଅପମୃତ୍ୟୁ ହଟାଇ ଦେବି

ବେକାରୀ ସମସ୍ୟା ଦୂର କରିବି

ମାଆ ମାଟି ମଣିଷକୁ ସମ୍ମାନ ଦେବି

ଭାଷା ସଂସ୍କୃତିର ସୁରକ୍ଷା କରିବି

ନିଶା ନିବାରଣ ନିଶ୍ଚେ କରିବି

ଗାଁ ରାସ୍ତା ସବୁ ପକ୍କା କରିବି

ଅନ୍ଧାର ରାତିକୁ ଆଲୁଅ ଦେବି

ଛତା ଜୋତା ଅଣ୍ଡା ଛତୁଆ ଦେବି

ମିଠା ମିଠା ପ୍ରତିଶ୍ରୁତିରେ ପୋତି ଦେବି।

ଯଦି ମୁଁ ମନ୍ତ୍ରୀ ହୋଇଯାଏ (!)

ଦରିଦ୍ରଙ୍କ ରକ୍ତ ଶୋଷିବି

ସୁଇସ୍ ବ୍ଯାଙ୍କରେ ଟଙ୍କା ରଖିବି

ବଢି ମରୁଡି ରିଲିଫ୍ ଚଳୁ କରିବି

ବିଦେଶ ଯାଇ ମଜ୍ଜା ଲୁଟିବି

ମଦଭାଟି ବସାଇ ଦେବି

ନିୟୋଜନ ଅର୍ଥ ହଡ଼ପ କରିବି

ଲୁଟି ଲୁଟି ଲୁଟେରା ହେବି

ପ୍ରିୟାପ୍ରୀତିରେ ଡୁବି ରହିବି

ରାଇଜଟାକୁ ନର୍କ ବନାଇ ଦେବି।

ଜନତା ଅଟଇ ମୋହରି ହାତରେ ଖେଳଣା

ଗଦା ଗଦା ପ୍ରତିଶ୍ରୁତି ମୋର ସବୁ ପ୍ରତାରଣା

ପ୍ରିୟାପ୍ରୀତି ତୋଷଣରେ ନାହିଁ ଟିକେ ଉଣା

ଶାସନତନ୍ତ୍ରକୁ କରି ନ୍ଯସ୍ତ ସ୍ବାର୍ଥେ ବାଟବଣା

ବିରୋଧୀ ଦଳର ସାଥେ ପୁଣି ଗୁପ୍ତ ବୁଝାମଣା

ଲୁଟୁଥିବି ଦେଶ ଜାତିର ଅମୂଲ୍ୟ ଖଜଣା

ମୁହିଁ ସର୍ବଗ୍ରାସୀ ଅଜଗର ନୁହେଁ ଧଣ୍ଡ କି ଢମଣା

ତୁମେ ଦେଖୁଥିବ ମୋତେ ହୋଇ ଦିନକଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract