STORYMIRROR

ଲିମନ ଦିଦି

Abstract

4  

ଲିମନ ଦିଦି

Abstract

ନୂଆ ବୋହୂର ନୂଆ ଆଇଟମ୍

ନୂଆ ବୋହୂର ନୂଆ ଆଇଟମ୍

1 min
368

ରୋଷେଇ କରିଛି ନୂଆ ବୋହୂ ଆମର

ଶାଗ ଖରଡିଛି ଦେଇ ଧନିଆପତର ।


କାକୁଡି ପୋଡାକୁ ଭାକୁର ସିଝା

ଲୁଣିଆ ଭାତକୁ ଟମାଟୋ ଭଜା ।


ବିନା ହଳଦୀରେ ଡାଲି ହୋଇଛି

ମାଂସ ଝୋଳରେ କଖାରୁ ପଡିଛି ।


କଳା, ନାଲିଆ ପାମ୍ପଡ ଛଣା

ଗାଜର ରାଇରେ ବିଟ୍ ବଣା ।


ଦହିରେ ଭାସୁଛି ନାଲିଆ ବରା

କନ୍ଦମୂଳ ବେସରକୁ ଛୁଇଁ ଠାକରା ।


ଶ୍ବଶୁର କହିଲେ ଯାହା ତ କଲ

ଆଣିଲ ଟିକିଏ ସୋରିଷ ତେଲ ।


ବୋହୂ ଆଣିଲା ମହୁ ବୋତଲ

ରାଗି କି, ହସି କି ଶାଶୁ ବେହାଲ ।


ନଣନ୍ଦ କହିଲା ମଧୁର

ଯଦି ଥାଆନ୍ତା ଗ୍ରାମାକ୍ସିନ ପାଉଡର ।


ଢାଳିଥାନ୍ତ ଭାବି କର୍ଣ୍ଣ ଫ୍ଲାଓ୍ବାର

ଆମ ବଂଶ ହୋଇଥାନ୍ତା ଉଦ୍ଧାର ।


Rate this content
Log in

Similar oriya poem from Abstract