STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଶୁଦ୍ଧତା ର ପରିଚୟ

ଶୁଦ୍ଧତା ର ପରିଚୟ

1 min
392

ଧଳା ରଙ୍ଗ ଦିଏ ଶାନ୍ତିର ସନ୍ଦେଶ

  ପରିଚୟ ସରଳତା,

ଶୁଦ୍ଧତା ଥାଏଟି ଜଡ଼ିତ ତହିଁରେ

  ଧର୍ମକାର୍ଯ୍ୟେ ନିର୍ଭରତା ।


ବିଭୁକାର୍ଯ୍ୟେ ଦିଏ ଭକ୍ତି ପ୍ରେମ ଶ୍ରଦ୍ଧା

  ହୃଦେ ଗୁଞ୍ଜେ ପ୍ରଭୁ ଭକ୍ତି,

ନଥାଏ ମିଶ୍ରିତ ସ୍ବାର୍ଥ ହିଁ ତହିଁରେ

  ଥାଏଟି ନିସ୍ବାର୍ଥ ଭକ୍ତି।


ଅହିଂସାର ମନ୍ତ୍ର ଦିଏ ମନପ୍ରାଣେ

  ନାହିଁ ହିଂସାଭାବ ତହିଁ,

ଧଳାରଙ୍ଗେ ଭାଇ ଖେଳିବାରେ ହୋଲି

  ସତ୍ୟର ପର୍ବରେ ଯହିଁ।


ରାଷ୍ଟ୍ର କର୍ଯ୍ୟେ ହେବ ପ୍ରେମ ଭକ୍ତି ଶ୍ରଦ୍ଧା

  ହେବ ସମର୍ପଣ ଭାବ,

ଜନସେବା ପାଇଁ ପ୍ରେରିତ କରିବ

  ଜନ ପ୍ରତି ସେବା ଭାବ।


ବୈଜ୍ଞାନିକ ଜ୍ଞାନ ଦେବ ହୃଦୟରେ

  ହେବ ନୂଆ ଆବିଷ୍କାର,

ଜ୍ଞାନର ସଞ୍ଚାର କରିବ ତହିଁରେ

  ମନ ହେବ ପରିଷ୍କାର ।


ଦେବ ସୂର୍ଯ୍ୟ ପରି ପ୍ରକାଶିତ କରି

  ଧଳାର ରଙ୍ଗର ହୋଲି,

ସୂର୍ଯ୍ୟ ପରି ଶକ୍ତି ହେବ ଆବିର୍ଭାବ

  ରାଷ୍ଟ୍ରର କଲ୍ୟାଣେ ହୋଲି।


ଧଳାର ମହତ୍ତ୍ଵ ଅପୂର୍ବ ଅଟେଟି

  ବିଷ୍ଣୁଙ୍କର ଭକ୍ତି ପାଇଁ,

ଧଳା ରଙ୍ଗ ହୋଲି ବିଷ୍ଣୁଙ୍କ ଆଦର

  ବିଷ୍ଣୁ ପଦ ପ୍ରାପ୍ତି ପାଇଁ।


ଅଜ୍ଞାନ ବିନାଶ କରେ ଧଳା ରଙ୍ଗ

  ଅନ୍ଧାର ହିଁ ହଟି ଯାଏ,

ଜ୍ଞାନର ସଞ୍ଚାର କରେ ହୃଦୟରେ

  ବିଷ୍ଣୁ ପଦ ପାଇ ଯାଏ।


ତେଜିଣ ସଙ୍କଚ କରିବା ଆଦର

  ଧଳା ରଙ୍ଗ ସର୍ବୋପରି,

ହୋଲି ଧଳରଙ୍ଗେ ଖେଳିଣ ଭାଇରେ

  ହେବାରେ ଜୀବନୁ ପାରି।


ବିଷ୍ଣୁଙ୍କର ତହିଁ କରୁଣା ହୋଇବ

 କରୁଣାକର ହିଁ ସେହୁ,

ପ୍ରହ୍ଲାଦ ପରି ହିଁ ସୁରକ୍ଷା କରିବେ

  ବ୍ରହ୍ମାଣ୍ଡ ଠାକୁର ସେହୁ।


ନିତିଦିନ ତାଙ୍କ ଚରଣରେ ଭକ୍ତି

  ପ୍ରେମ ଭକ୍ତି ଶ୍ରଦ୍ଧା ରହୁ

ଅହିଂସାର କର୍ମେ ଜଡ଼ିତ ରହିବା

 ମନୁଷ୍ୟ କର୍ତ୍ତବ୍ୟ ଏହୁ।


ହେଉ ହୋଲି ରଙ୍ଗ ଧଳା ରଙ୍ଗ ଏବେ

  ବିଷ୍ଣୁ ପ୍ରୀୟ ଧଳା ରଙ୍ଗ,

ମନପ୍ରାଣ ରହୁ ଚରଣେ ତାଙ୍କର

  ହେଉ ସତ୍ୟ ପଥ ସଙ୍ଗ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract