STORYMIRROR

Pranati Panda

Abstract Inspirational

4  

Pranati Panda

Abstract Inspirational

ନୀରବତା—୨

ନୀରବତା—୨

1 min
359


କେବେହେଁ ଭାବନା ନୀରବତା ଏକ

ମଣିଷର ଦୁର୍ବଳତା ,

ମଉନତା ଏକ ଅମୋଘ ଔଷଧ

ସମାଧାନ ସନ୍ନିଧାତା ।


ନିଜର ହୋଇ ବି ନିଜ ସମ୍ପର୍କରେ

ଯିଏ ବଢାନ୍ତି ତିକ୍ତତା ,

ତାଙ୍କରି କଟୂକ୍ତି କାଟିବା ପାଇଁକି

ଶ୍ରେଷ୍ଠ ପନ୍ଥା ନୀରବତା ।


ସମ୍ପର୍କର ସୂତା ଦୁର୍ବଳ ହେଉଛି

ଆଜିର ଏ ' ବାସ୍ତବତା ,

ସମାଜରେ ଏବେ ସ୍ବାର୍ଥ ହିଁ ସର୍ବସ୍ବ

ଏହା ହିଁ ମାନସିକତା ।


ଦୂରେଇ ଯାଉଛି ମଧୁର ସମ୍ପର୍କ

ନାହିଁ ଆଜି ଆତ୍ମୀୟତା ,

ନିଜର ରକ୍ତ ହିଁ କ୍ଷତାକ୍ତ କରୁଛି

ସମ୍ପର୍କରେ ମଧୁରତା ।


ଜଟିଳ ହୋଇଣ ପରିସ୍ଥିତି ଯଦି

ଉପୁଜେ ଅସ୍ୱାଭିକତା ,

ସମାଧାନ ସୂତ୍ରେ ନିରବେ, ନିଃଶବ୍ଦେ

ଫେରେ ପୂର୍ବ ଆଦରତା ।


ଯନ୍ତ୍ରଣା ମନରେ ଆଶା ଜୀବନରେ

ପାଇବା ପାଇଁ ପୂର୍ଣ୍ଣତା ,

ଏକମାତ୍ର ସତ୍ୟ ଜୀବନର ବ୍ରତ

କେବଳ ହିଁ ନୀରବତା ।


Rate this content
Log in

Similar oriya poem from Abstract