STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ଚଇତି ରାଗ

ଚଇତି ରାଗ

1 min
285


ଆମ୍ର କୁଞ୍ଜ ଗହଳରେ ଶୁଭେ

ମଧୁର ଅଥଚ ଶଙ୍କିତ ସୁସ୍ଵରେ

କେବେ ପଞ୍ଚମ ତାନରେ

କେବେ ପୁଣି ଆର୍ଦ୍ର କଣ୍ଠ ସ୍ୱରେ

ତତଲା ଆକାଶ ତଳେ 

ବାଷ୍ପୀଭୁତ ହୁଏ ଦୀର୍ଘଶ୍ବାସ

ତଥାପି ସେ ଫେରେ ଚଇତରେ

ମାନିନେଇ ପ୍ରକୃତି ନିର୍ଦ୍ଦେଶ। 


ଉଡ଼ି ବୁଲେ ଡାଳରୁ ଡାଳକୁ

ଖୋଜିବୁଲେ ସବୁଜ ସପନ

ବସନ୍ତର ଅଶାନ୍ତ ଅଗଣାରେ

ସାଉଁଟେ ତା ବିକ୍ଷିପ୍ତ ଯୌବନ

ଶକ୍ତି ତାର ଅସ୍ତମିତ ହୁଏ

ଉତ୍ତପ୍ତ ସେ ସୌର କିରଣରେ

ତଥାପି ତା ତୃଷିତ କଣ୍ଠରେ

ଗୀତ ଗାଏ ଚଇତି ରାଗରେ। 


ଅଧାଶୁଖା ବିବର୍ଣ୍ଣ ଶାଖାରୁ

ଚାହିଁ ଦେଖେ ଶୁନ୍ୟ ଆକାଶକୁ

ଝୁରି ହୁଏ ଅତୀତର ସ୍ମୃତି

ବିସ୍ତାରିତ ସବୁଜ ଦେଶକୁ। 

ଆଧୁନିକ ମଣିଷ ଆଖିରେ

ଦେଶ ତାର ହେଲା କି ବଇରି

ସଞ୍ଚିବାକୁ ବିଲାସୀ ସପନ

ନିଜ ହାତେ ଭାଙ୍ଗେ ନିଜ ଶିରୀ। 


କେଜାଣି ସେ ଫେରିବ ସୁଦିନ

ନିଜ ତ୍ରୁଟି ବୁଝିବ ମଣିଷ,

ପ୍ରକୃତିର ମଥାରେ ପୁଣି

ସବୁଜଶ୍ରୀ ହୋଇବ ବିକାଶ। 

ତେଜିୟାନ ହେବ ଶୋଭା

ଘର ପୁଣି ମହକି ଉଠିବ

ନାଚି ନାଚି କୁହୁତାନେ

ଚଉଦିଗେ ଚହଳ ପଡ଼ିବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract