Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲିମନ ଦିଦି

Abstract

3  

ଲିମନ ଦିଦି

Abstract

ରାମ !କାହିଁ ତବ ସ୍ବାମୀପାଣ

ରାମ !କାହିଁ ତବ ସ୍ବାମୀପାଣ

1 min
225



ହେ ପ୍ରଭୁ ଶ୍ରୀ ରାମ

କିଏ କହୁଛି ଆପଣଙ୍କୁ...!

ଆପଣ ମର୍ଯ୍ୟାଦା ପୁରୁଷୋତ୍ତମ.....?

ହୋଇ ପାରନ୍ତି ଆପଣ

ପିତାମାତାଙ୍କ ଅମୃତ ସନ୍ତାନ ;

ଅନୁଜଙ୍କ ପୂଜ୍ୟ ଭ୍ରାତା ରାମ ;

ପ୍ରଜାଙ୍କ ପାଇଁ ରାଜା ଭଗବାନ ;

ହେଲେ କାହିଁ ଗଲା

ତବ ମର୍ଯ୍ୟାଦାପଣ...!

ଯେତେବେଳେ,

ସୀତାଙ୍କୁ ଜଗିଲେ ଲକ୍ଷ୍ମଣ ;

ହୋଇଲା ସୀତା ହରଣ;

ସୀତା ପାଇଲେ ନିର୍ବାସନ ;

ଏ କ'ଣ ବିଧିର ବିଧାନ.....?

ସୀତାଙ୍କ ପାଇଁ କ'ଣ

ନଥିଲା କିଛି କର୍ତ୍ତବ୍ୟର ଅବଦାନ...

କରି ହୋଇନଥାନ୍ତା କି ସମାଧାନ !

ବେଳେବେଳେ ପ୍ରଶ୍ନ କରେ ମନ

ଯଦି କରିନଥାନ୍ତେ ପ୍ରତିଜ୍ଞା

ଛୁଇଁ ଦୀପ ହୁତାସନ

ତ୍ରେତୟାରେ ବି ହୋଇଥାନ୍ତା

କୃଷ୍ଣ କଳାର ଉତ୍ଥାନ........

ହେଲେ ବୁଝିଥିଲା ହନୁମାନ

ନାରୀ କେତେ ମହାନ୍ ; ମୂଲ୍ୟବାନ

ତେଣୁ ଦେଇଥିଲା ଚେତାବନୀ

ରଖିବେ ମୋ ମାତାଙ୍କ ଧ୍ୟାନ

ହେ ପ୍ରଭୁ ଶ୍ରୀ ରାମ.........।


           


Rate this content
Log in

Similar oriya poem from Abstract