Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Inspirational

3  

Sukadev Mahanta

Abstract Inspirational

ବୁଦ୍ ବୁଦ୍

ବୁଦ୍ ବୁଦ୍

1 min
307


 


ଜୀବନଟା ଏକ     ବୁଦ୍ ବୁଦ୍ ଅଟେ

   କହ ଯାକୁ ପାଣି ଫୋଟକା

ବାୟୁରେ ତା ସତ୍ତା    ବାୟୁରେ ମିଳାଏ

   ଅଳିକ ତା ଆୟୁ ଏକା ।


ମନେ ପଡେ ମୋର     କେତେ ମୁଁ ରଚିଛି

      ପାଣିର ଫୋଟକା ମାନ

ଗୋଲାକାର ରୂପ     ଦେଇଛି ଫେନିଳ

    ଜଳ ସଫେସ୍ ଟେନ୍ସନ୍ ।


ସେ ପାଣି ଫୋଟକା    ଦେହ ଭେଦ କରି

          ଗତି କରି ରବି କର   

ଇନ୍ଦ୍ରଧନୁ ସମ       ସୃଷ୍ଟି କରିଅଛି 

     ସାତ ବର୍ଣ୍ଣର ସମ୍ଭାର ।


ମୋହିତ ହୋଇଣ     ଧରିବାକୁ ତାକୁ

    ଯେବେ କରିଛି ପ୍ରୟାସ

ଠୋ ଠା ହସି ଫାଟି   ଯାଇ ଅଛି ଫାଟି

    ବୁଝାଇ ଜୀବନ ରହସ୍ୟ ।


ମଣିଷ ଜୀବନ      ଅଟଇ ଅଳିକ

   ପାଣିର ଫୋଟକା ସମ

ପରାଣ ବାୟୁର    ବୁଦ୍ ବୁଦ୍ ସେତ

     ଅଳିକର ସମାଗମ ।


ଯେତିକି ସମୟ    ବୁଦ୍ ବୁଦ୍ ଟିକ   

      ଅସ୍ଥିତ୍ବ ବଜାୟ ରଖେ

ସେତିକି ସମୟ     ନିଜ ରୂପ ଗୁଣେ 

       ସମସ୍ତଙ୍କୁ ବାନ୍ଧି ରଖେ ।

  

ସେହିପରି ଆମ       ଅଳିକ ଜୀବନେ

      ଭଲ କର୍ମମାନ କରି

ସମସ୍ତଙ୍କ ମନ     ହୃଦ ଜିଣିନେବା

    ଅତି ଆପଣାର କରି ।


Rate this content
Log in

Similar oriya poem from Abstract