STORYMIRROR

Chittaranjan Nanda

Abstract Others

3  

Chittaranjan Nanda

Abstract Others

ସାଗରର ବେଳାଭୂମିରେ ଭାବନା

ସାଗରର ବେଳାଭୂମିରେ ଭାବନା

1 min
394


ନୀଳ ଆକାଶର ତଳେ,

ନୀଳ ଜଳରାଶି,

ଅଶାନ୍ତ, ଭୟଙ୍କର ଗର୍ଜନକୁ

ଖାତିର ନକରି

କବିତ୍ୱରେ ଦିଏ ଲେଖି,

ତୋ ରୂପ ସୁଷମା,

ସ୍ମୃତିକୁ କଏଦି କରେ,

ହେ ସାଗରର ବେଳାଭୂମି,

ମନର ଶୁନ୍ୟତାରୁ,

ଗହଳ ଚହଳ କୋଳାହଳ ଭିତରୁ,

ମନ ଟଳିଯାଏ,

ଢଳି ଯାଏ,

ବେଢ଼ି ହୁଏ,

ତୋହର ମୋହର ଫାଶରେ,

ପ୍ରକୃତି ପ୍ରେମିକଟିଏ,

ମନ ହଜି ଯାଏ,

ମଜ୍ଜି ଯାଏ, 

ମହୁଆ ମହକର ମହୁଲୀ ନିଶାରେ,

ଫେରି ଆସେ, 

ହରାଇ ଥିବା ସମସ୍ତ ବିଶ୍ୱାସ,

କିଛି ବାସ୍ତବତା,

କିଛି ଅନିଶ୍ଚିତତା ଭିତରେ 

କିଛି ସତ୍ୟତା ।


ହିଂସା, ଦ୍ୱେଷ, ପରଶ୍ରୀକାତରତା,

ମିଥ୍ୟା, ଅହଂକାର ମନ ଭିତରୁ, 

ଖୋଲା ହୃଦୟରେ,

କିଛି ମୂହୁର୍ତ୍ତରେ ତ ଭରେ,

ନବ ଉନ୍ମାଦନା ଜୀବନ ଭିତରେ,

ମନେ ଆସେ,

ଦିନେ ଯିବି ମିଶି,

ମଶାଣି ନିଆଁରେ,

ଆବହମାନରୁ ଅଛି,

ଅସତ୍ଯଟା ଲୁଚିଯିବ ସିନା

ସତ୍ଯର ହେବନି କିଛି,

ସଜେଇବାକୁ ହବ

ସବୁଜ ପୃଥିବୀକୁ

ସତ୍ୟ, ଧର୍ମର ପଥରେ,

ମାନବୀୟ ମୂଲ୍ୟବୋଧ, 

ମହକେ ମାନବବାଦର ଗାନା, 

ସତ୍ୟାନ୍ବେଷଣର ମାର୍ଗ,

ମହାନ୍ ଚିନ୍ତାର ଭାଷା

'ବସୁଧୈବ କୁଟୁମ୍ବକଂ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract